ppurohit

ବିଡ଼ିଓ ହେବ ତ’ ଏମିତି : ଡ୍ରେନ ସଫା କଲେ ବିଡ଼ିଓ

2nd

ନୂଆପଡ଼ା, (କେପିଏନ୍‌ଏସ୍‌) : ଭାରତ ସ୍ୱାଧୀନ ହେଲା ପରଠୁ ଆମେ ଅନେକ ପ୍ରଶାସନିକ ଅଧିକାରୀଙ୍କୁ ସିନାପାଲି ବିଡ଼ିଓ ଭାବରେ ଅବସ୍ଥାପିତ ହୋଇଥିବା ଦେଖିଛୁଁ । ହେଲେ ଏମିତି ବିଡ଼ିଓ କେବେ ଦେଖିନୁ । ବର୍ତ୍ତମାନ ସିନାପାଲି ବିଡ଼ିଓ ଅନ୍ୟ ସାଧାରଣ ଲୋକ ଓ ରାଜନେତା ତଥା ପ୍ରଶାସନିକ ଅଧିକାରୀ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସେ ଯେମିତି କାମ କରିଛନ୍ତି ଆପଣମାନେ ଜାଣିଲେ ଚମକି ପଡ଼ିବେ । ସେ ହେଉଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବିଡ଼ିଓ ମେଡମ କାର୍ମି ଓରାମ । ସିନାପାଲି ଗ୍ରାମପଞ୍ଚାୟତର ସଦର ସିନାପାଲିରେ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପଂଚାୟତକୁ ବିଡ଼ିଓ ଶ୍ରୀମତୀ ଓରାମ୍ ଆସିଥିଲେ । ତାଙ୍କ ସହ ବ୍ଲକସ୍ତରୀୟ ଅନ୍ୟ ପ୍ରଶାସନିକ୍ ଅଧିକାରୀ ଓ ରାଜନୈତିକ ଦଳର ବ୍ୟକ୍ତିମାନେ ମଧ୍ୟ ଆସିଥିଲେ । ଏହି କାର୍ଯ୍ୟକ୍ରମକୁ ଗାଁର ଅନେକ ଲୋକ ମଧ୍ୟ ଆସିଥିଲେ ଏବଂ ସିନାପାଲି ଗାଁରେ ଦେଖା ଦେଉଥିବା ବିଭିନ୍ନ ଅସୁବିଧା ଗୁଡିକୁ ପ୍ରଶାସନିକ ଅଧିକାରୀ ତଥା ବିଡ଼ିଓଙ୍କ ପାଖରେ ଲୋକ ଅଭିଯୋଗ କରିଥିଲେ । ବସଷ୍ଟାଣ୍ଡ୍ ଅଞ୍ଚଳର କିଛି ଲୋକ ଗାଁରେ ଥିବା ଡ୍ରେନ୍‌ର ଅବ୍ୟବସ୍ଥା ଲାଗି ଓ ଡ୍ରେନ ସଫା କରାଯାଉ ନ ଥିବା ଅଭିଯୋଗ କରିବା ସାଙ୍ଗେ ଏଥିପାଇଁ ବ୍ଲକ ଓ ଗ୍ରାମ ପଂଚାୟତର ପ୍ରସାଶନକୁ ନିନ୍ଦା ବି କରିଥିଲେ । ଲୋକଙ୍କ ଏଭଳି ଅଭିଯୋଗ ଓ ପ୍ରତିକ୍ରିୟାଶୀଳ ସ୍ଥିତିକୁ ଦେଖି ପ୍ରକୃତ ଘଟଣା ସମ୍ପର୍କରେ ଜାଣିବା ପାଇଁ ବିଡ଼ିଓ ଶ୍ରୀମତୀ ଓରାମ ସାଙ୍ଗେସାଙ୍ଗେ ଲୋକଙ୍କ ସହ ଯାଇ ଅସୁବିଧା ବିଷୟରେ ଜାଣିବାକୁ ଚାହେଁଲେ ଏବଂ ସେହି ସ୍ଥାନକୁ ଦେଖିବାକୁ ଯାଇ ଦେଖିଲେ ଯେ, ସତରେ ଡ୍ରେନରେ ଅଳିଆ, ଆବର୍ଜନା ଭରିକି ରହିଛି ଓ ଡ୍ରେନ ସଫା ହୋଇ ନ ପାରି ପାଣି ଜମି ରହି ରାସ୍ତାରେ ବୋହି ଯାଇ ଅସୁବିଧା ସୃଷ୍ଟି କରୁଛି । ଡ୍ରେନର ଏଭଳି ସ୍ଥିତି ଦେଖି ବିଡ଼ିଓ ମାଡ଼ାମ ନିଜେ ଡ୍ରେନରୁ ଅଳିଆ ଆବର୍ଜନା ନିଜ ହାତରେ ବିନା ଗ୍ଲୋବରେ ବାହାର କରିବାକୁ ଲାଗିଲେ । ଡ୍ରେନର ରହିଥିବା ଅଳିଆ ଆବର୍ଜନାକୁ ସ୍ୱୟଂ ନିଜେ ବିଡ଼ିଓ ସଫା କରୁଥିବା ବେଳେ ତାଙ୍କ ସହିତ ଥିବା କିଛି ଅଧିକାରୀ ବିଡ଼ିଓଙ୍କୁ ଏଭଳି କାମ ନ କରିବାକୁ ବାରଣ କରୁଥିବା ବେଳେ ବିଡ଼ିଓ ଡ୍ରେନର ଅଳିଆ ଆବର୍ଜନା ଗୁଡିକୁ ସଫା କରି ଚାଲୁଥିଲେ । ଏଠାରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଯେ ସ୍ୱୟଂ ବିଡ଼ିଓ ଡ୍ରେନର ଅଳିଆ ଆବର୍ଜନା ସଫା କରୁଥିବା ବେଳେ ତାଙ୍କ ଅଧିନସ୍ଥ କର୍ମଚାରୀମାନେ ତାଙ୍କୁ ଡ୍ରେନ ସଫା କରିବା କାର୍ଯ୍ୟରେ ସହଯୋଗ କରିବା ବଦଳରେ ସଫା ନ କରିବାକୁ କହୁଥିବା ଦେଖିବାକୁ ମିଳିଥିଲା । ସିନାପାଲି ବିଡ଼ିଓ କର୍ମୀ ଓରାମଙ୍କ ଏଭଳି କାର୍ଯ୍ୟକୁ ଦେଖି ତାଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ବିଡ଼ିଓ ହେବ ତ’ ଏମିତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.