oom

ଜିଲ୍ଲାସ୍ତରୀୟ ବିଶ୍ୱ ବୟୋବୃଦ୍ଧ ଦିବସ ପାଳିତ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ତାଲିମ କେନ୍ଦ୍ର ପ୍ରକୋଷ୍ଠରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଇନଚାର୍ଜ ଡା. ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବୟୋବୃଦ୍ଧ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା. ଦୁର୍ଗାଦତ୍ତ ଦାସ, SBI Bank Manager, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ସଂଯୋଜକ ବିଶ୍ୱମ୍ବର ବେହେରା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ, ସହ ପରିଚାଳକ ଅଣସଂକ୍ରାମକ ରୋଗ ଗୀତାଞ୍ଜଳି ମେହେର ଓ ସହ ପରିଚାଳକ ଆଶା ତରଣୀସେନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥି ମାନେ ବିଶ୍ୱ ବୟୋବୃଦ୍ଧି ଦିବସ ଅବସରରେ ବୟୋବୃଦ୍ଧ ବ୍ୟକ୍ତି ମାନେ ଆମର ମାର୍ଗଦର୍ଶକ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ପରିବାର ସମସ୍ତ ସଦସ୍ୟଙ୍କ ସ୍ନେହ ମମତା ସେମାନଙ୍କୁ ସୁଖୀ ଓ ନିରୋଗୀ ରଖିପାରିବ । ସରକାରୀ ଡାକ୍ତରଖାନା ମାନଙ୍କରେ ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟାର ଉପଚାର ନିମନ୍ତେ ପରୀକ୍ଷା, ନିଦାନ, ଚିକିତ୍ସା, ଯୋଗ ଓ ବ୍ୟାୟାମ ଆଦିର ବ୍ୟବସ୍ଥା ହୋଇଛି । ସନ୍ତୁଳିତ ଖାଦ୍ୟ, ଯଥେଷ୍ଟ ବିଶ୍ରାମ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସାମାଜିକ ସୁସମ୍ପର୍କ ବୃଦ୍ଧାବସ୍ତାଙ୍କ ମୁହଁରେ ହସ ଫୁଟାଇ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇପାରିବ । ସଭାରେ SBI ବ୍ୟାଙ୍କ କର୍ମଚାରୀ ବୃନ୍ଦ, ସ୍ୱାସ୍ଥ୍ୟ ଅଧିକାରୀ ବୃନ୍ଦ, ବରିଷ୍ଠ ନାଗରିକ ସଙ୍ଘ ସୋନପୁର ସମ୍ପାଦକ ସହିତ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ, ଆଶା, ଏସ୍‌ଏଚ୍‌ଜି ଗ୍ରୁପର ସଭାପତି, ସମ୍ପାଦକ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.