ବସକୁ ଧକ୍କା ଦେଲା ୧୬ ଚକିଆ ଟ୍ରକ୍ : ୧ ମୃତ

ରାଉରକେଲା, (କେପିଏନ୍‌ଏସ୍‌) : ଜାତୀୟ ରାଜପଥ ବଜରଙ୍ଗ ଛକ ନିକଟରେ ମୟୂରୀ ବସ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ବସ ରାଉରକେଲାରୁ ବଡ଼ବିଲ ଯାଉଥିଲା । ଲାଠିକଟା ବଜରଙ୍ଗ ଛକ ନିକଟରେ ଡ଼ିସ୍‌କଭର୍‌ ବାଇକ୍‌ରେ ରାଉରକେଲାକୁ ଯାଉଥିବା ଗାଡ଼ିଚାଳକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାର କିଛି କ୍ଷଣ ପରେ ଅନ୍ୟ ଏକ ୧୬ ଚକିଆ ଟ୍ରକ ବସକୁ ପଛରୁ ଧକ୍କା ଦେଇଥିଲା । ସକାଳୁ ଘନ କୁହୁଡ଼ି କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଲାଠିକଟା ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ଶବ ଜବତ କରିଛି ।

Leave A Reply

Your email address will not be published.