oom

ଶାନ୍ତି ତପୋବନ ଆଶ୍ରମରେ ବସନ୍ତ ମିଳନ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସଂଯୁକ୍ତ ଯୁବ ସଂଗଠନ ଦ୍ୱାରା ପରିଚାଳିତ ଶାନ୍ତି ତପୋବନ ଆଶ୍ରମଠାରେ ବସନ୍ତ ମିଳନ ଓ ଫାଲଗୁନ ମହୋତ୍ସବ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଆଶ୍ରମ ପରିସରରେ ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ ବିଭାଗର ଅନୁସୟା ରାଉତ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ଉତ୍ସବର ଅନ୍ତିମ ଦିବସରେ ‘ଆସ ଖେଳମା ରଙ୍ଗ’ କାର୍ଯ୍ୟକ୍ରମରେ ଅତିଥି ଭାବେ କଥାକାର, କବି ଧନପତି ମହାପାତ୍ର, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଶିକ୍ଷାବିତ୍ ସୁବାଷ ନାୟକ, ପଦ୍ମଶ୍ରୀ ଡ଼ଃ ଜିତେନ୍ଦ୍ରିୟ ହରିପାଳ, ତାଲପଦର କଲେଜ ଇଂରାଜୀ ଅଧ୍ୟାପକ ସୁକୁମାର ପଧାନ, ନିହାଲ ସିଂ ଯୋଗଦେଇଥିଲେ । ରମାକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରଂଗ ଖେଳର ମହାନତା ସଂପର୍କରେ ଆଲୋକପାତ କରିଥିଲେ । ପରେ ହାସ୍ୟ ଓ ବ୍ୟଙ୍ଗ କବି ସମ୍ମିଳନୀ ଗୌର ଚରଣ ସା’ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । କବିମାନଙ୍କ ମଧ୍ୟରେ ମଞ୍ଚ ତଥା ଚଳଚ୍ଚିତ୍ର ବିନ୍ଦୁ ମଲ୍ଲିକ, ଭୋଳା ପଣ୍ଡା, ଦେବେନ୍ଦ୍ର ସାହୁ, ହାରିଲାଲ ସାହୁ, ସନୟ ମେହେର, ଅର୍ଜୁନ ମେହେର, ଶିବ ଶଙ୍କର ପଧାନ, ରଂଜିତ ପଧାନ ଓ ଶ୍ରୀମତୀ ତାପ୍ତି ମୟୀ ପଣ୍ଡା ଯୋଗଦେଥିଲେ । ଆଶ୍ରମ ମୁଖ୍ୟ ପରିଚାଳକ ଦେବଦତ୍ତ ତ୍ରିପାଠୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ଥିବା ବେଳେ ସହ ପରିଚଳିକା ଲବଙ୍ଗ ସାହୁ, ପ୍ରଦେଶୀ ବାରିକ, ସନ୍ଧ୍ୟା ମିଶ୍ର, ଉମେଶ ଗଡ଼ତିଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.