centurian jitm

ଶିକେର୍‌ପାଟ୍‌ ମହୋତ୍ସବ ଉଦଯାପନୀ ଉତ୍ସବରେ ବରୁଆ ବେଶରେ ଶିକେର୍‌ପାଟ୍‌ ଦେବତାଙ୍କ ଆବିର୍ଭାବ

nschool

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଖଡଙ୍ଗା ଅଞ୍ଚଳ (ଗମ୍ଭାରିଗୁଡା, ବିରାମୁଣ୍ଡା, ଜାମୁଟ, ଘୁନା ଗ୍ରାମପଞ୍ଚାୟତ)ର ଆନୁକୂଲ୍ୟରେ ଘୁନା ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ଆୟୋଜିତ ଶିକେର୍‌ପାଟ୍‌ ମହୋତ୍ସବ ଉଦ୍‌ଯାପନୀ ଉତ୍ସବ ସମ୍ପନ୍ନ ହୋଇଯାଇଛି । ସୋମବାର ସନ୍ଧ୍ୟା ୮ ଘଣ୍ଟା ସମୟରେ ଶିକେର୍‌ପାଟ୍‌ଙ୍କ ମୁଖ୍ୟ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା । ମହୋତ୍ସବର ସଭାପତି ରୋହିତ କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗ ଦେଇ ଖଡଙ୍ଗା ଅଞ୍ଚଳର ଲୋକକଳା ସଂସ୍କୃତି ତଥା ପରମ୍ପରାକୁ ମନେ ପକାଇ ଉଦ୍‌ଜୀବିତ ଶିକେର୍‌ପାଟ୍‌ ମହୋତ୍ସବର ଏକ ପ୍ରମୁଖ ମାଧ୍ୟମ ବୋଲି ନିଜର ବକ୍ତବ୍ୟ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଗୁଡଭେଳା ବ୍ଲକ କଂଗ୍ରେସ ସଭାପତି ମହୋ ନାଗ, ଗୁଡଭେଳା ବ୍ଲକ ଯୁବ କଂଗ୍ରେସ ସଭାପତି ଶ୍ରୀକାନ୍ତ ବାଗ, ସଇଁତଲା ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ସାହୁ, ବିଶିଷ୍ଟ ଶିଳ୍ପପତି କରୁଣାକର ସାହୁ, ମେଘନାଦ ଗୁପ୍ତା, ଘୁନା ପ୍ୟାକ୍ସ ସଭାପତି ଭୋପାଲ ରଣା, ଜାମୁଟ ପ୍ୟାକ୍ସ ସଭାପତି ଶଙ୍କର୍ଷଣ କର୍ମୀ, ବିରାମୁଣ୍ଡା ସରପଞ୍ଚ ସଂଯୁକ୍ତା ମାଝୀ, ଶିକ୍ଷାବିତ୍‌ ତଥା ଶିକ୍ଷକ ସଂଘର ସଭାପତି ନୀଳାଞ୍ଚଳ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ । ଏହି ପରିପେକ୍ଷୀରେ ଶିକେର୍‌ପାଟ୍‌ ମହୋତ୍ସବକୁ ସହଯୋଗ କରି ଆସିଥିବା ହର କୁମ୍ଭାର, ଶ୍ୟାମ ଭୋଇ, ପଞ୍ଚାନନ ସାହୁ, ତୁଷୁରା ଆଇଆଇସି ସଂଜୀବ ପ୍ରଧାନ, ମହିନ୍ଦ୍ର ମାଝୀ, ମହାଦେବ ମାଝୀ, ଘନଶ୍ୟାମ ମାଝୀଙ୍କୁ ମଞ୍ଚରେ ଅତିଥିମାନେ ଉପଢୌକନ ସହ ସମ୍ମାନିତ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଶିକେର୍‌ପାଟ୍‌ ଯାତ୍ରାର ଦେବତା ଭରନି ବଜାରେ ଶିକେର୍‌ପାଟ୍‌ ଦେହୁରୀଙ୍କୁ ବରୁଆ ବେଶରେ ଶିକେର୍‌ପାଟ୍‌ ଦେବତା ଅବିର୍ଭାବ ହୋଇଥିବା ଦେଖିବାକୁ ମିଳିଥିଲା । ଶିକେର୍‌ପାଟ୍‌ର ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଲା ଖଡଙ୍ଗା ଅଞ୍ଚଳ ଗାରିମାମୟ ଐତିହ୍ୟ, ପରମ୍ପରା ଅନନ୍ୟ ଏହାର ସଂସ୍କୃତି ଆଜି ମଧ୍ୟ ପୁର୍ନଃଜୀବିତ ହେଉଛି ଯାହାକି ଯୁବକ ଯୁବତୀମାନଙ୍କ ନୃତ୍ୟକଳା ପ୍ରଦର୍ଶନ, ଷୋହଳ ଭରନି ଗଣ୍ଡା ବାଜାର ମଞ୍ଚସ୍ଥରୁ ଜଣା ପଡିଥିଲା ବୋଲି ମତପ୍ରକାଶ ପାଇଛି । ମଞ୍ଚକୁ ଅରୁଣ କୁମାର ହରପାଲ ପରିଚାଳନା କରିଥିବାବେଳେ ଚକାନନ୍ଦ କମ୍ପ ଧନ୍ୟବାଦ ପ୍ରଦାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଘୋଷକ ସୁଧିର ନାୟକ ସଂଯୋଜନା କରିଥିଲେ ।

Leave A Reply

Your email address will not be published.