oom

ଚିନ୍ତାମଣିଶ୍ୱର ବରିଷ୍ଠ ନାଗରିକ ମଂଚର ବାର୍ଷିକୋତ୍ସବ ଅନୁଷ୍ଠିତ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚିନ୍ତାମଣିଶ୍ୱର ବରିଷ୍ଠ ନାଗରିକ ମଂଚର ବାର୍ଷିକୋତ୍ସବ ଆଜି ପୂର୍ବାହ୍ନରେ ଚିନ୍ତାମଣିଶ୍ୱରର ଫିସରୀ ଲେନ୍‌ ସ୍ଥିତ ମଂଜୁଲତା ବ୍ୟାଡ୍‌ମିଣ୍ଟନ୍‌ ଇନ୍‌ଡେ଼ାର୍‌ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ତଥା ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମ ଦକ୍ଷିଣ-ପୂର୍ବ ମଣ୍ଡଳ ଉପାୟୁକ୍ତ ମହେନ୍ଦ୍ର କୁମାର ବଢେ଼ଇ, ସହକାରୀ ଆରକ୍ଷୀ ଆୟୁକ୍ତ ରଜନ କୁମାର ରାୟ, ପୂର୍ବତନ କର୍ପୋରେଟର ଅମରେଶ ଜେନା, ଶ୍ରୀମତୀ ରାଜଲକ୍ଷ୍ମୀ ନାୟକ, ସମାଜସେବୀ ରବିନ୍ଦ୍ର ନାଥ ଛୋଟରାୟ, ବରିଷ୍ଠ ନାଗରିକ ମହାସଂଘର ସଭାପତି ମଧୁମାଧବ ଜେନା ଏବଂ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସଂପାଦକ ଯୁଗଳ କିଶୋର ସାହୁ ଯୋଗଦାନ କରିଛନ୍ତି ।

jittmm
Leave A Reply

Your email address will not be published.