centurian jitm

କୋଏଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ କୋଏଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୫ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟା ମନ୍ଦିରର ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱ ଓ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ସଭାପତି ସୁଦାମ ଦାଶ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ଡାକ୍ତର ଅମିତ ଦାସ, ଡ. ସୁମନ ଦତ୍ତ, ଅମ୍ରିତ ନୀଲମ, ଅଜୟ ପୂଜାରୀ, ଜଗନ୍ନାଥ ରାଉତ, ବିଜୟାଲକ୍ଷ୍ମୀ ତ୍ରିପାଠୀ ଓ ପଣ୍ଡିତ ପ୍ରଶାନ୍ତ କୁମାର ଷଡଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ ପରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ବିଦ୍ୟାଳୟ ହେଉଛି ଜ୍ଞାନର ମନ୍ଦିର । ସ୍ୱପ୍ନ ଦେଖ ଓ ସ୍ୱପ୍ନକୁ ସାକାର କରିବା ପାଇଁ ଚେଷ୍ଟା କର । ଆଚରଣ ଓ ଉଚ୍ଚାରଣରେ ସମନ୍ୱୟ ସହ ବିଦ୍ୟାର ଆବଶ୍ୟକତା, ଗୁରୁ ପରମ୍ପରା, ବ୍ୟବହାରିକ, ସାମାଜିକ ଓ ନୈତିକ ଶିକ୍ଷା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଡାକ୍ତର ଦାସ ତାଙ୍କ ପିତାଙ୍କ ନାମରେ ବିଜୟାଲକ୍ଷ୍ମୀ ତାଙ୍କ ଜେଜେବାପା ଓ ଜେଜେମାଙ୍କ ନାମରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ଅଞ୍ଜଳି କେର୍କେଟା, ନେହା ଖାଖା, ରାଧା କୁମାରୀ, ମମତା ପାତ୍ର, ଆନିଆ କଣ୍ଡୁଲନା, ସନ୍ତୋଷ ରାୟଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇଥିଲେ । ପ୍ରାରମ୍ଭରେ ଶ୍ରୀ ସ୍ୱାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ଶ୍ରୀ ନାୟକ ସଭାପତିତ୍ୱ ଅଭିଭାଷଣ ଓ ସଂପାଦକ ଗଣେଶ ଜୟସିଂହ, ପରିଚାଳନା କମିଟିର ଲିଳିମା ଜୟସିଂହ ଓ ଉପସଭାପତି ରୁକସନା ବେଗମ ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟା ମନ୍ଦିରର ବରିଷ୍ଠ ଶିକ୍ଷୟିତ୍ରୀ ସଂଧ୍ୟାରାଣୀ ଜୟସିଂହ, ଝରଣା ଦାସ, କାହ୍ନୁଚରଣ ପ୍ରଧାନ, ରଶ୍ମିତା ବେହେରା, ରୂପାଲୀ ସିଂହ, ପ୍ରଭାସିନୀ ସ୍ୱାଇଁ, ବିନିତା ଅଗ୍ରୱାଲ, ଦୀପ୍ତିମୟୀ ପରିଡା, ଦୀପିକା କଛ, ଗୁଲବାହାର ପରୱିନ ଓ ଲୁଭ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲା ବେଳେ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.