ପାଟଣାଗଡ, (କେପିଏନ୍ଏସ୍) : କୋଶଲି ଭାଷାର କିମ୍ବଦନ୍ତୀ ପୁରୁଷ ଇନ୍ଦ୍ରମଣି ସାହୁଙ୍କ ଜନ୍ମ ଶତବାର୍ଷିକ ପାଟଣାଗଡ ସ୍ଥିତ ଇଶ୍ବର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ପାରାୟଣ ଗାୟକ ସହସ୍ରାଂଶୁ ହୋତା କୋଶଲି ରାମାୟଣ ଗାଇବା ପରେ ଏହି ସମାରୋହରେ ଡ ଦୋଳଗୋବିନ୍ଦ ବିଶି, ସୁଜିତ କୁମାର ପୃଷେଠ, ସାଲେଗ୍ରାମ ହୋତା, ବିନୟ କୁମାର ଦାଶ, ସାକେତ ଶ୍ରୀଭୁଷଣ ସାହୁ, ବାଲି ଭରାସାଗରିଆ, ହିମାଂଶୁ ଶେଖର ହୋତା ପ୍ରମୁଖ ଯୋଗଦାନ କରି ଭାଷା ସଂସ୍କୃତି ସଂପର୍କରେ ଆଲୋଚନା କରିଥିଲେ । ଇନ୍ଦ୍ରମଣି ଥିଲେ କୋଶଲି ଭାଷା ସଂସ୍କୃତିର ଅନନ୍ୟ ଉପାସକ ଓ ଜୀବନ ସାରା ଭାଷା ନିମନ୍ତେ ଜୀବନକୁ ଉତ୍ସର୍ଗ କରିଥିଲେ । ଆମ ଅଞ୍ଚଳର ଆଦି ସଂସ୍କୃତିର ଉତ୍ସ ଓ ଏହାର ଅନନ୍ୟ ପ୍ରାଚୀନ ପରମ୍ପରା କୋଶଲି ରାମାୟଣରେ ରହିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଦିଲୀପ କୁମାର ପସାୟତ ସଂଯୋଜନା କରିଥିବା ବେଳେ କବି ବ୍ରଜମୋହନ ମେହେର ଇନ୍ଦ୍ରମଣିଙ୍କ ସଂପର୍କରେ କବିତା ପ୍ରବନ୍ଧ ପାଠ କରିଥିଲେ । ସୁରଜିତ ସିଂ ମହାରଥାଙ୍କୁ “ଇନ୍ଦ୍ରମଣି ସୁରତା ସମ୍ମାନ” ଓ ପବିତ୍ର ବେହେରାଙ୍କୁ “କବିରାଜ ଇନ୍ଦ୍ରମଣି ବୈଦ୍ୟରତ୍ନ ସମ୍ମାନ” ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ଶୁଶିଲ ଗୁରୁଙ୍କ ଅଧ୍ୟକ୍ଷତାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ କବି ଲେଖକ ଅଂଶ ଗ୍ରହଣ କରିଥିଲେ । ଦିପ୍ତି ପ୍ରକାଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post