- ସ୍ୱାମୀଜୀଙ୍କ ଆଦର୍ଶ ଆମକୁ ପ୍ରେରିତ କରୁ
ମ.ରାମପୁର, (ହେମନ୍ତ ସାହୁ) : ସ୍ୱାମୀ ବିବେକାନନ୍ଦ ଯୁବକମାନଙ୍କ ପାଖରୁ ଅନେକ କିଛି ଆଶା କରିବା ସହିତ ଯୁବକ ମାନେ ନିଜ ଭିତରେ ନିଜକୁ ଖୋଜିବା ସହିତ ରାଷ୍ଟ୍ର ଗଠନ ଉପରେ ଗୁରୁତ୍ବ ଦେବା ଉଚିତ୍ ଓ ସ୍ୱାମୀଜୀଙ୍କ ଆଦର୍ଶ ଆମକୁ ପ୍ରେରିତ କରୁ ବୋଲି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ସିଂହପୁର ପଞ୍ଚାୟତ ସ୍ଥିତ ସ୍ୱାମୀ ବିବେକାନନ୍ଦ ୟୁଥ୍ କ୍ଲବର ୧୩ତମ ବାର୍ଷିକ ଉତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । କ୍ଲବର ସଭାପତି ଧୃବଚରଣ ଗାନ୍ଧୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ମୁଖ୍ୟବକ୍ତା ଭାବରେ ଯୁବ କବି ତଥା ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ସମ୍ମାନିତ ଅତିଥି ରୂପେ ମ.ରାମପୁର ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ, ଜିଲ୍ଲା ପରିଷଦ ସଭ୍ୟ ମଞ୍ଜୁଲତା ଧରୁଆ, ସିଂହପୁର ପଞ୍ଚାୟତ ସରପଞ୍ଚ ଉଛବ ପଧାନ, ସାମ୍ବାଦିକ ପ୍ରଦୀପ ସାହୁ, ମୋହନଗିରି ପଞ୍ଚାୟତର ପୂର୍ବତନ ସରପଂଚ ବଳଭଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ । ମଞ୍ଚ ପରିଚାଳନା କରିଥିଲେ ଅନନ୍ତ ପଧାନ । ସମ୍ପାଦକ କ୍ଷୀର ସାଗର ଧରୁଆଙ୍କ ସମେତ ଦିଲୁ ପଧାନ, ବିମଳ ତାଣ୍ଡି, ପିଣ୍ଟୁ ପଧାନ, ଆକାଶ ପଧାନ, ଶରତ ବାଗ୍, ବାପୁନି ପଧାନ , ଶରତ ଧାରୁଆ, ସମସ୍ତ ସଦସ୍ୟ ଓ ଗ୍ରାମ ବାସୀ ପ୍ରମୁଖ ସମସ୍ତ କାର୍ୟ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସର ରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନ ପୁରସ୍କୃତ କରିଥିବା ବେଳେ ନିକଟରେ ସରିଥିବା କ୍ରିକେଟ୍ ମ୍ୟାଚ୍ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ପରେ ଏକ ରଙ୍ଗାରଙ୍ଗ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।