ସରସ୍ୱତୀ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀପୁରୁଷୋତ୍ତମପୁର ସରସ୍ୱତୀ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଡ଼ଃ ପ୍ରଫୁଲ୍ଲ ରଥ, ମୁଖ୍ୟବକ୍ତା ଭାବେ ଓୟୁଏଟିର ପ୍ରଫେସର ଡ଼ଃ ନିରାକାର ଭୋଳ, ସମ୍ମାନୀତ ଅତିଥି ଭାବେ ଓୟୁଏଟିର ସ୍ଥାୟୀ ସଭାପତି ଡ଼ଃ ବୁଦ୍ଧଦେବ ମିଶ୍ର ପ୍ରମୁଖ ଯୋଗଦେଇ ଶିଶୁମାନଙ୍କର ମାତାପିତା ହେଉଛନ୍ତି ସେମାନଙ୍କ ଆଦ୍ୟଗୁରୁ ଏବଂ ପରବର୍ତ୍ତୀ ଜୀବନ କାଳ ମଧ୍ୟରେ ମାତାପିତାଙ୍କ ସହ ଗୁରୁଜୀ ଓ ଗୁରୁମାମାନେ ମିଳିତ ହୋଇ ପିଲାମାନଙ୍କୁ ନୀତି ଓ ନୈତିକତାର ଶିକ୍ଷା ଦେଇ ଭଲ ଭାବେ ଗଢିତୋଳିବା ପାଇଁ ପ୍ରୟାସ ଜାରି ରଖିଲେ ସେମାନଙ୍କ ଜୀବନ ସରସସୁନ୍ଦର ହେବା ସହ ଏକ ସୁସ୍ଥ ଓ ଉନ୍ନତ ସମାଜ ଗଠନ ସ୍ୱପ୍ନ ସାକାର ହୋଇପାରିବ ବୋଲି ଅତିଥିମାନେ ବକ୍ତବ୍ୟରେ କହିଥିଲେ ।ସମ୍ମାନୀତ ଅତିଥି ଭାବେ ସିଆର୍‌ସିସି ପବିତ୍ର ପଣ୍ଡା, ବରିଷ୍ଠ ସହକାରୀ ଶିକ୍ଷକ ରତ୍ନାକର ଚମ୍ପତ୍ତି, ଶିକ୍ଷକ ଅଭୟ ଚରଣ ସାହୁ ପ୍ରମୁଖ ଯୋଗଦେଇ ସମସ୍ତଙ୍କ ସହଯୋଗରେ ପିଲାମାନଙ୍କ ମୂଳଦୁଆ ସୁଦୃଢ଼ ହୋଇ ପାରିଲେ ସେମାନଙ୍କ ବହୁମୁଖୀ ପ୍ରତିଭାର ବିକାଶ ସମ୍ଭବ ହୋଇପାରିବ ବୋଲି କହିଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ବିଦ୍ୟାଳୟ ପ୍ରତିଷ୍ଠାତା ରାଧାନାଥ ମିଶ୍ରଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଛାତ୍ରଛାତ୍ରୀମାନେ ଆବାହନୀ ସଙ୍ଗୀତ ଗାନ କରିବା ସହ ପୁଷ୍ପଗୁଚ୍ଛ ଦେଇ ଅତିଥି ମାନଙ୍କୁ ସମ୍ମାନୀତ କରିଥିଲେ । ଉତ୍ସବର ମୁଖ୍ୟ ପୃଷ୍ଠପୋଷକ ତଥା ସମ୍ପାଦକ ଅସିତ କୁମାର ମିଶ୍ର ଓ ଜନ୍ମେଜୟ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ନୃତ୍ୟ, ସଙ୍ଗୀତ, କ୍ରୀଡା, ବୃତ୍ତି ଓ ପାଠପଢ଼ାରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଓମ ମିଶ୍ର, ଶୁଭ୍ରଜ୍ୟୋତି ବରାଳ, ଅଜିତେଶ ମହାପାତ୍ର, ମନସ୍ୱିନୀ ତ୍ରିପାଠୀ, ସତ୍ୟନାରାୟଣ ମହାପାତ୍ର, ଆରୀୟନ ନନ୍ଦ, ହରପ୍ରିୟା ବାଥୁଆର, ସୁକନ୍ୟା ସୁକୁମାର ସାହୁ ଓ ପରାଗ ମହାନ୍ତି ପ୍ରମୁଖଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ବିଦ୍ୟାଳୟର ଶିକ୍ଷୟିତ୍ରୀ ଲିଜା ସାହୁ, ଲକ୍ଷ୍ମୀପ୍ରିୟା ରାଉତ, ସୁଚିତ୍ରା ପ୍ରଧାନ ଓ ପ୍ରତିଭା ସେନାପତିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ଓଡିଶୀ, ସମ୍ବଲପୁରୀ ଓ ଦେଶାତ୍ମବୋଧ ନୃତ୍ୟ ଉପସ୍ଥିତ ଅତିଥି ଓ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ସମ୍ପାଦକ ଅସିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.