ଶ୍ରୀମୟୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ବାର୍ଷିକ ଉତ୍ସବ ମୂକୁର ୨୦୨୩ ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶ୍ରୀମୟୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଆୟୋଜିତ ବାର୍ଷିକ ଉତ୍ସବ ମୂକୁର ୨୦୨୩ ସ୍ଥାନୀୟ ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ଡକ୍ଟର ସୁଦ୍ଧା ମିଶ୍ର, ଡକ୍ଟର ନିତା ବହିଦାର, ସୁଶ୍ରୀ ମିନାକ୍ଷୀ ବେହେରା, ଗୁରୁସରତ ରଥ, ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ଆଲୋକ ଦାସ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ବସନ୍ତ ଦାସ, ଗୁରୁ ଲକ୍ଷ୍ମୀଧର ଜେନା, ଗୁରୁ ପ୍ରଦୀପ ଦାସ, ଗୁରୁ କାଳିନ୍ଦିଦିଚରନ ପରିଡ଼ାକୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ଶିଳ୍ପୀମାନେ ପୁଷ୍ପାଞ୍ଜଳି, ମଙ୍ଗଳା ଚରନ, ପଲ୍ଲବୀ, ଅଭିନୟ ପରିବେଷଣ କରିଥିଲେ । ଅନୁଷ୍ଠାନ ନିର୍ଦ୍ଦେଶିକା ଶ୍ରୀମତୀ ଇତିଶ୍ରୀ ମହାନ୍ତି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!