ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ନିଷ୍ଠା” ତାର ବାର୍ଷିକ ଉତ୍ସବ ଆସନ୍ତା ୨୬ ତାରିଖ ଦିନ ସନ୍ଧ୍ୟାରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପାଳନ କରିବା ବୋଲି ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଅବସରରେ ନାଟ୍ୟକାର ପ୍ରଭାକର ପାତ୍ର ରଚିତ, ବିଜୟ କୁମାର ଭୋଳ ନିର୍ଦ୍ଦେଶିତ ତଥା ପ୍ରତାପ ରାଉତଙ୍କ ସଂଗୀତ ନିର୍ଦ୍ଦେଶନାରେ ନାଟକ “ସୂର୍ଯ୍ୟାସ୍ତର ସତୀ” ମଞ୍ଚସ୍ଥ କରାଯିବ । ଏହାସହ ଅନନ୍ୟ କାର୍ଯ୍ୟକ୍ରମ ମଲଟି ଟ୍ୟାଲେଣ୍ଟ ସୋ’ ବେଟି ବଞ୍ଚାଅ ବେଟି ପଢାଓ ଉପରେ ଆଧାରିତ “ଖିମଜୀ ଲାଡଲି ପରି – ୨୦୨୨”, ଯେଉଁ କାର୍ଯ୍ୟକ୍ରମ କରାଯିବ । ଏହି କାର୍ଯ୍ୟକ୍ରମର ମେଗା ଅଡିସନ ନଭେମ୍ବର ମାସ ୨୭ ତାରିଖ ରବିବାର ସେକ୍ଟର-୫ ସ୍ଥିତ ଭଞ୍ଜଭବନ ପ୍ରେଖ୍ୟାଳୟ ଠାରେ ଅନୁଷ୍ଠିତ ହେବ । ୧୦ରୁ ୧୨ ବର୍ଷର କୁନି କୁନି ଝିଅ ମାନେ ଏଥିରେ ଭାଗନେଇ ବିଭିନ୍ନ ପ୍ରତିଭା ପ୍ରଦର୍ଶନ କରିପାରିବେ । ତନ୍ମଧ୍ୟରୁ ଶ୍ରେଷ୍ଠ ୨୫ ଜଣଙ୍କୁ ସେମିଫାଇନାଲିଷ୍ଟ ଭାବେ ଚୟନ କରି ଟ୍ରେନିଂ ଏବଂ ଗୃମିଙ୍ଗ ପର୍ଯ୍ୟାୟକୁ ଉନ୍ନୀତ ହେବେ । ସେହିପରି ୨୩ ଡିସେମ୍ବରରୁ ଆସନ୍ତା ଜାନୁଆରୀ ୫ତାରିଖ ପର୍ଯ୍ୟନ୍ତ ସେକ୍ଟର ୧୬ ସ୍ଥିତ ଡ଼ିଏଭି ପବ୍ଲିକ ଠାରେ ଉକ୍ତ ୨୫ ଜଣଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଏବଂ ସେଥିମଧ୍ୟରୁ ଶ୍ରେଷ୍ଠ ୧୫ ଜଣଙ୍କୁ ଗ୍ରାଣ୍ଡ ଫାଇନାଲିଷ୍ଟ ଭାବେ ଚୟନ କରାଯିବ । ଉକ୍ତ ଗ୍ରାଣ୍ଡ ଫାଇନାଲ କାର୍ଯ୍ୟକ୍ରମ ଆସନ୍ତା ୨୦୨୩ ଜାନୁଆରୀ ମାସ ୮ ତାରିଖ ଦିନ ଭଞ୍ଜଭବନ ଠାରେ ସନ୍ଧ୍ୟାରେ ଅନୁଷ୍ଠିତ ହେବ ବୋଲି ସଂପାଦକ ସୁଶାନ୍ତ ମହାନ୍ତି ସୂଚନା ଦେଇଥିଲେ । ଏହି ଅବସରରେ ନିଷ୍ଠାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Prev Post