jayashree

କଲା ଦହନା ଦ୍ଵିତୀୟ ବାର୍ଷିକ ଉତ୍ସବ ଓ କବି ସମ୍ବିଳନୀ

ବରଗଡ଼, (କେପିଏନ୍‌ଏସ୍‌) : ଗତ ରବିବାର ଏଗାର ତାରିଖ ସକାଳ ୧୦ରୁ ୬ଟା ପର୍ଯ୍ୟନ୍ତ ବରଗଡ଼ ସ୍ଥିତ ଗାନ୍ଧୀ ସ୍ମୃତି ପାଠାଗାରରେ କଲା ଦହନାର ଦ୍ଵିତୀୟ ବାର୍ଷିକ ଉତ୍ସବ ଏବଂ କବି ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହ ପ୍ରତିଷ୍ଠାତା ଦିନେଶ ଭୋଇଙ୍କ ସମ୍ପାଦନା ଏବଂ ବିକ୍ରମ ସାହୁଙ୍କ ସଭାପତିତ୍ୱରେ ଆସରଟି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ନରେନ୍ଦ୍ର ହୋତା ଏବଂ ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଓଡ଼ିଆ ପ୍ରଫେସର ଡ. ରଘୁନାଥ ମେହେର ଯୋଗ ଦେଇଥିଲେ । ପ୍ରଥମ ଅଧିବେଶନଟିରେ ଚାରିଗୋଟି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଯାହାକି ‘କୋଶଲ ସାରଥୀ’ ସମ୍ମାନରେ ବରଗଡ଼ର ରମଣୀ ଦନ୍ତା ଏବଂ ବଲାଙ୍ଗିରର ବାପୁନ ମହାନ୍ତି ଓ ‘ସେବା ଶିରୀ’ ସମ୍ମାନରେ ବରଗଡ଼ ସଂକଳ୍ପ ପରିବାରକୁ ଓ ‘ସାହିତ୍ୟ ସେବୀ’ ସମ୍ମାନରେ ବିକ୍ରମ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ଏହାର ଦ୍ଵିତୀୟ ଅଧିବେଶନଟିରେ ସଂଯୋଜନା କରିଥିଲେ ହେମନ୍ତ ଦୀପ ଏବଂ ସଙ୍ଗୀତା ଦୀପ । ଅନେକ ଗୁଡ଼ାଏ କଳାକାରମାନେ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ ଓ ସମସ୍ତ କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା । ପରିଶେଷରେ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଯେଉଁଠି ଅନେକେ ଦୂର ଦୁରାନ୍ତରୁ ଆସିଥିବା କବି କବୟିତ୍ରୀମାନେ ନିଜ ନିଜର କବିତା ପାଠ କରିଥିଲେ । ସେମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ନାଟ୍ୟକାର ସନୟ ଭୂଷଣ ମେହେର, ରାଜେନ୍ଦ୍ର ମହାନ୍ତି, ଶିବ ଶଙ୍କର ସୁନା ପ୍ରମୁଖ ସଙ୍ଗୀତକାର ଏବଂ ଚିତ୍ରକାରମାନଙ୍କ ପ୍ରତିଭାକୁ ଅବଲୋକନ କରି ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସ୍ଵାଗତିକା ମିଶ୍ର । ସଭାପତିଙ୍କ ଦ୍ଵାରା ସଭାକୁ ବିରାମ ଦିଆଯାଇଥିଲା ।

Leave A Reply

Your email address will not be published.