
ବାଲିଗୁଡା : (କେପିଏନ୍ଏସ୍): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବରିଷ୍ଠ ନାଗରିକ ସଂଘ ତରଫରୁ ମାଁ ପାଟଖଣ୍ଡା ମନ୍ଦିର ପରିସରରେ ବରିଷ୍ଠ ନାଗରିକ ସଂଘର ସଦସ୍ୟ ବି. ଲୋକନାଥ ପାତ୍ର ଓ ରତ୍ନମଣି ପାତ୍ରଙ୍କ ୫୫ତମ ବିବାହ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ସଂଘର ଉପସଭାପତି ସୀମାଞ୍ଚଳ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ପ୍ରାୟ ୭୦ ସଦସ୍ୟ,ସଦସ୍ୟାଙ୍କ ସମେତ ସଂପାଦକ ମନ୍ମଥ କୁମାର ରାଉଳ, ପ୍ରହ୍ଲାଦ ପ୍ରସାଦ ଲେଙ୍କା, ଡ଼.ମଧୁସୂଦନ ମହାପାତ୍ର, ରାଜକିଶୋର ସାହୁ ଏବଂ ଶ୍ରୀ ପାତ୍ରଙ୍କ ପୁଅ, ବୋହୂ ,ନାତି, ନାତୁଣୀ, ଶୁଭେଛୁ ଓ ବନ୍ଧୁବାନ୍ଧବ ଯୋଗଦେଇ ଶ୍ରୀ ପାତ୍ରଙ୍କର ଦାମ୍ପତ୍ୟ ଜୀବନ ଦୀର୍ଘ ଓ ସୁଖମୟ କାମନା କରିଥିଲେ । ବରିଷ୍ଠ ନାଗରିକ ସଂଘ ତରଫରୁ ସମଗ୍ର ଅଞ୍ଚଳ ପାଇଁ ଏହା ଏକ ନୂତନ କାର୍ଯ୍ୟକ୍ରମ ବୋଲି ଅଞ୍ଚଳରେ ଆଲୋଚନା ହୋଉଛି ।