ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା କଦୋବେଡ଼ା କ୍ଲଷ୍ଟର ଚାରପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଦାତ୍ରୀ ସରସ୍ଵତୀଙ୍କୁ ପୂଜା ଅର୍ଚ୍ଚନା କରି ଦୀପ ପ୍ରଜ୍ୱଳନ କରିଥିଲେ । ସହକାରୀ ଶିକ୍ଷକ ଭୁବନେଶ୍ୱର ନାଗ ଓ ସହକାରୀ ଶିକ୍ଷୟତ୍ରୀ ନର୍ମଦା ସ୍ଵାଇଁ । ପ୍ରଧାନ ଶିକ୍ଷକ ତ୍ରିଲୋଚନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଇନ୍ଦ୍ରମଣି ସାହୁ ମୁଖ୍ୟଅତିଥି, ଅବସରପ୍ରାପ୍ତ ଶିକ୍ଷକ ସଦାନନ୍ଦ ଜାଲ ମୁଖ୍ୟବକ୍ତା, ବଡ଼ବାଙ୍କି ସରପଞ୍ଚ ଡୋଳାଧର ବାଗ, ସମିତି ସଭ୍ୟ ରବି ଟାକ୍ରି, ସ୍କୁଲ ପରିଚାଳନା କମିଟି ସଭାପତି ଦୁର୍ଯ୍ୟେଧନ ନାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ସ୍ୱାଗତ ଭାଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସହକାରୀ ଶିକ୍ଷକ ପ୍ରଦୀପ କୁମାର ଗାଗରାଇ ସହକାରୀ ଶିକ୍ଷୟତ୍ରୀ ଇପ୍ସିତା ପ୍ରିୟଦର୍ଶିନୀ ଓ ସମସ୍ତ ସ୍କୁଲ ପରିଚାଳନା କମିଟିର ସଭ୍ୟ ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ।

Prev Post