ଠେଙ୍ଗାନାଲ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ କ୍ଲଷ୍ଟରସ୍ଥିତ ଠେଙ୍ଗାନାଲ ପ୍ରାଥମିକ ବିଦ୍ୟାଳୟର ବାର୍ଷିକଉତ୍ସବ ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର ବଗର୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଶିକ୍ଷକ ଧ୍ରୁବରାଜ ତ୍ରିପାଠୀ ମୁଖ୍ୟବକ୍ତା, ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱେଶ୍ୱର ତ୍ରିପାଠୀ, ଏବିଇଓ ଜଗତ ମଲ୍ଲିକ, ସ୍ଥାନୀୟ ସିଆରସିସି ରାଧେଶ୍ୟାମ ରଥ, ଚିନାଜୁରୀ ସିଆରସିସି ରମେଶ ଭୋଇ, ଶିକ୍ଷକ ନାରାୟଣ ଆଡବାଙ୍କ ସମ୍ମାନିତ ଅତିଥିଭାବେ ଯୋଗଦେଇ ଭଲଭାବେ ପାଠ ପଢି ଭଲ ମଣିଷ ହେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ପ୍ରଧାନ ଶିକ୍ଷକ ସୀତାରାମ ଅଡବାଙ୍କ ବାର୍ଷିକ ବିବରଣୀ ପଠନ କରିଥିବାବେଳେ ଶିକ୍ଷୟିତ୍ରୀ ବିନୁଶ୍ରୀ ପଧାନ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ତଥା ବିଭିନ୍ନ ସମୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା, ତଥା ପ୍ରଥମ ସମାପ୍ତିସୂଚକ ମୂଲ୍ୟାୟନରେ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ଦିଆଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୋହିଥିଲା । ସମସ୍ତ ଛାତ୍ରଛାତ୍ରୀ, ଅବିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା, ଠେଙ୍ଗାନାଲ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.