ବରଗଡ଼ ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସଂଘର ବାର୍ଷିକ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସଂଘର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବରଗଡ଼ ଯଦୁ ମଣି ଅଡିଟୋରିୟମରେ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସାମ୍ବାଦିକମାନେ ଏଥିରେ ସାମିଲ ହୋଇଥିଲେ । ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସହ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଓ ବିଜେପୁର ବିଧାୟକ ସନତ ଗଡଟିଆ ଦୀପ ପ୍ରଜ୍ୱଳନ କରି ଏହି ସମାରୋହକୁ ଉଦଘାଟନ କରିଥିଲେ । ଅଭିଭାଷଣ ବେଳେ ବର୍ତମାନ ସମୟରେ ୱେବ୍ ଡିଜିଟାଲ ଖବରର ଭୂମିକା ବେଶ୍ ଆଗରେ ଥିବା ଅତିଥିମାନେ କହିଥିଲେ । ୱେବ୍ ମିଡ଼ିଆ ସଂଘର ସଭାପତି ଅସିତ୍ କୁମାର ସ୍ଵାଇଁ, ଉପସଭାପତି ଧୀରେନ୍ଦ୍ର ମହାନ୍ତି, ସମ୍ପାଦକ ବଳରାମ କୁମାର ଦୀପ, ସହ ସମ୍ପାଦକ ଲୀଳା ମୟ ସାହୁ, ମୁଖ୍ୟ ଉପଦେଷ୍ଟା ଧର୍ମ ଦତ୍ତ ପାଢ଼ୀ ,ସକ୍ରିୟ ସଦସ୍ୟ ରାହୁଲ, ଦୟା ପାଇକ, ସୁରେନ୍ଦ୍ର ତାଣ୍ଡି, ଲିପନ ହୋତା, ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ଓ ସାମାଜିକ କର୍ମୀମାନଙ୍କୁ ସମ୍ମାନିତ କରାଯାଇଥିଲା । ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ବାଦିକ ମାନେ ନିଜ ନିଜର ସମସ୍ୟା ଉପରେ ନିଜର ମତାମତ ରଖିଥିଲେ । ସଂଘ ତରଫରୁ ତିନୋଟି ଦାବି ମଞ୍ଚ ଉପରେ ସ୍ଥାପନା କରିଥିଲେ ସଂଘର ସମ୍ପାଦକ । ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ, ସାମ୍ବାଦିକଙ୍କ ପାଇଁ ପେନସନ୍ ଆଦି ରାଜ୍ୟ ଲାଗୁ କରିବା ପାଇଁ ବିଧାୟକଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟପଟେ ବରଗଡ଼ ଜିଲ୍ଲାର ଏକ ବିରାଟ ସାମ୍ବାଦିକ ଭବନ ନିର୍ମାଣ କରିବା ପାଇଁ ସଂଘ ତରଫରୁ ବିଧାୟକଙ୍କୁ ଦାବି କରାଯାଇଥିଲା । ଆସନ୍ତା ବିଧାନସଭା ଅଧିବେଶନରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ସରକାରଙ୍କୁ ଜଣାଇବେ ବୋଲି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଥିବା ବେଳେ ବରଗଡ଼ରେ ସଂଘ ନିମନ୍ତେ ଖୁବ୍ ଶୀଘ୍ର ଅଫିସ୍ ନିର୍ମାଣ ପାଇଁ ଜମି ଦେବା ପାଇଁ ପ୍ରତିଶୃତି ଦେଇଥିଲେ ବିଧାୟକ । ସଂଘର ବୈଠକ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଲୀଳାମୟ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.