
ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣା ବ୍ଲକ ହୀରାପୁର ପ୍ରଧାନ ମନ୍ତ୍ରୀ ଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ୨୦୨୪/୨୦୨୫ବାର୍ଷିକ ଉତ୍ସବ ସମାରୋହର ସହପାଳିତ ହୋଇଯାଇଛି । ୨ଦିନ ଧରି ଚାଲିଥିବାଏହି ଉତ୍ସବ ରେ, ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ମାନଙ୍କରେ ଭାଗ ନେଇ ନିଜର ଅନ୍ତରନିହିତ କଳା କୌଶଳର ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଆୟୋଜିତ ଉତ୍ସବ ସଭା, ବିଦ୍ୟାଳୟପରିଚାଳନା କମିଟିର ସଭାପତିମାନ ମୋହନ ନାଏକଙ୍କ ସଭାପତିତ୍ୱରେ, ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସମ୍ମାନୀୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମନାରାୟଣ ପଣ୍ଡା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ସମ୍ମାନୀୟ ଅତିଥି ଭାବେ ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ମୋହନ ଯୋଶୀ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ସୁପରଭାଇଜର ଦୁଷ୍ମନ୍ତ ପାଢ଼ୀ, ସୋମନାଥସାହୁ, ବରିଷ୍ଠ ସାମ୍ବାଦିକ ଅସରଫ ଅଲ୍ଲୀ, ପ୍ରଧାନ ଶିକ୍ଷୟତ୍ରୀ ଅଙ୍ଗୁର ବାଲା ଜେନା ଯୋଗଦେଇ, ଶିକ୍ଷା ଦାନ, ଶିକ୍ଷା ଗ୍ରହଣ ସହ କ୍ରୀଡା, ବ୍ୟାୟାମ, ଯୋଗ, ଉପରେ ବିଶେଷ ବକୃତା ପ୍ରଦାନ କରିଥିଲେ । ତତସହ ହୀରାପୁର ଭଳି ଏକ ଅନୁନ୍ନିତ ଶିକ୍ଷା ଅଂଚଳରେ, ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି, ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ସମଗ୍ର ଜିଲ୍ଲାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଆସିଥିବା ଏହି ବିଦ୍ୟାଳୟ, ପ୍ରଧାନମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ହୋଇଥିବା ଯୋଗୁ ଅତିଥି ମାନେ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା ପ୍ରେମୀ, ଅଭିଭାବକ ମହଲରେ, ସରକାରଙ୍କ ସୁପଦକ୍ଷେପକୁ ସାଧୁବାଦ ଜଣେଇଥିଲେ ଏବଂ ଆଗାମୀଦିନରେ ଏହି ବିଦ୍ୟାଳୟର ଉତୋରତ୍ତର କାମନା କରିଥିଲେ । ପ୍ରଧାନଶିକ୍ଷୟତ୍ରୀ ଅଙ୍ଗୁର ବାଲା ଜେନାଙ୍କ ଆବାହକତ୍ୱରେ ଖେଳପ୍ରଶିକ୍ଷକ ସତ୍ୟାନନ୍ଦ ମାଝୀ, ରଘୁନାଥ ହେମ୍ବ୍ରମ ଯୋଗଦେଇ ଏହି ବିଦ୍ୟାଳୟର ଖେଳପ୍ରଶିକ୍ଷକ ସୌମ୍ୟରଂଜନ ଛତ୍ରିଆଙ୍କ ସହ ପ୍ରତ୍ୟେକ ଖେଳ କୌତୁକ ଗୁଡିକର ସୁପରିଚାଳନା କରିଥିଲେ । ଏତତ ବ୍ୟତୀତ ଉପେନ୍ଦ୍ର ଯୋଶୀ, କ୍ଷମା ସାଗର ରାଉତ, ପ୍ରଫୁଲ୍ଲକୁମାର ବେହେରା, ଭକ୍ତ ରାମଗୌନ୍ତିଆ, ଅଚ୍ଚରୁଣ କୁମାର ପଟ୍ଟନାୟକ, ରଘୁନାଥ ନାଏକଙ୍କ ଯୋଗଦାନ, ଉତ୍ସବ ସଭାକୁ ଆହୁରି ମୁଖରୀତ କରିପାରିଥିଲା । ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସମସ୍ତଙ୍କୁ ଏକ ଖୁସିର ମାହୋଲ ଯୋଗେଇ ପାରିଥିବାବେଳେ, କୃତିଉପଯୋଗୀ ମାନେ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଅଙ୍ଗୁର ବାଲା ଜେନା ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ସକ୍ରିୟ ସହଯୋଗ ବାର୍ଷିକ ଉତ୍ସବକୁ ସଫଳ ରୂପାୟନ ଦେଇପାରିଥିବାବେଳେ ଶିକ୍ଷକ ଚିନ୍ମୟ ଦୋରା ଅତିଥିପରିଚୟ, ମଞ୍ଚପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।