om academy

‘କୋଶଳ ପ୍ରବାହ’ ନ୍ୟୁଜ୍‌ ପୋର୍ଟାଲ୍‌ର ବାର୍ଷିକୋତ୍ସବ ଉପଲକ୍ଷେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ : ଜାଣନ୍ତୁ, କେଉଁ କେଉଁ ଛାତ୍ରଛାତ୍ରୀ ପୁରସ୍କୃତ ହେବେ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୨୩ ବର୍ଷ ଧରି ନ୍ୟୁଜ୍‌ ସେବା ପ୍ରଦାନ କରି ଆସୁଥିବା ‘କୋଶଳ ପ୍ରବାହ’ ସମ୍ବାଦପତ୍ରର ନ୍ୟୁଜ୍‌ ପୋର୍ଟାଲ୍‌ ‘କୋଶଳ ପ୍ରବାହ ଲାଇଭ୍‌’ର ତୃତୀୟ ବାର୍ଷିକୋତ୍ସବ ଆସନ୍ତା ୧୩ ତାରିଖ ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ବିଭିନ୍ନ ସ୍କୁଲ୍‌ କଲେଜ୍‌ର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଚିତ୍ରାଙ୍କନରେ ସବ୍‌ ଜୁନିଅର୍‌ ଗ୍ରୁପ୍‌ରେ ସେମ୍‌ଫଡର଼୍ ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ର ରିକନ୍‌ରାଜ ସାହୁ ପ୍ରଥମ, ସେମ୍‌ଫଡର଼୍ ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ର ସାଇ ଦିବ୍ୟାଂଶ ମିଶ୍ର ଦ୍ୱିତୀୟ, ବଚପନ୍‌ ସ୍କୁଲର ୟୁ’ କେଜି ଛାତ୍ର ନିଶିକାଂଶ ଶତପଥୀ ଓ ବଚପନ୍‌ ସ୍କୁଲର ୟୁ’ କେଜି ଛାତ୍ର ଶିଭାଂଶ ବେଦବାଗ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚିତ୍ରାଙ୍କନ ଜୁନିଅର୍‌ ଗ୍ରୁପ୍‌ରେ ଦିଲ୍ଲୀ ପବ୍ଲିକ୍‌ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତସିଂଚନ ମହାଣା ପ୍ରଥମ, ବଲାଙ୍ଗିର ପବ୍ଲିକ୍‌ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ସାଧ୍ୱୀ ମହାରଣା ଦ୍ୱିତୀୟ, ବିଶ୍ୱାତ୍ମା ବିଦ୍ୟା ମନ୍ଦିରର ଚତୁର୍ଥ ଶ୍ରେଣୀ ଛାତ୍ର ସାତ୍ୟକୀ ସା’ ତୃତୀୟ ସ୍ଥାନରେ ରହିଛନ୍ତି । ଚିତ୍ରାଙ୍କନ ସିନିଅର୍‌ ଗ୍ରୁପ୍‌ରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଦମପଡ଼ାର ଦଶମ ଶ୍ରେଣୀ ଛାତ୍ରୀ ପ୍ରୀତି ପୂଜାହାରୀ ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଦମପଡ଼ାର ନବମ ଶ୍ରେଣୀ ଛାତ୍ରୀ ରେଶମା ମେହେର ଦ୍ୱିତୀୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଦମପଡ଼ାର ଦଶମ ଶ୍ରେଣୀ ଛାତ୍ରୀ ଖୁସ୍‌ବୁ ପୁଟେଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବକ୍ତୃତା ପ୍ରତିଯୋଗିତାରେ ସବ୍‌ ଜୁନିଅର୍‌ ଗ୍ରୁପ୍‌ରେ ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ବିନ୍ଦିଆ ବେହେରା ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଦମପଡ଼ାର ଅଷ୍ଟମ ଶ୍ରେଣୀ ଛାତ୍ରୀ ସ୍ମରଣୀକା ଦାଶ ଦ୍ୱିତୀୟ, ଓଏଭି ପଥରଚେପାର ଷଷ୍ଠ ଶ୍ରେଣୀ ଛାତ୍ରୀ ସ୍ୱସ୍ତି ଅମ୍ରିତା ମହାନ୍ତି ତୃତୀୟ ସ୍ଥାନରେ ରହିଥିବା ବେଳେ ବକ୍ତୃତା ପ୍ରତିଯୋଗିତା ଜୁନିଅର୍‌ ଗ୍ରୁପ୍‌ରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଦମପଡ଼ାର ଛାତ୍ରୀ ସମୀକ୍ଷା ବେଦବାଗ ପ୍ରଥମ, ପିପି ଏକାଡେ଼ମୀର ଛାତ୍ର କ୍ରିଷ୍ଣରାଜ ରଥ ଦ୍ୱିତୀୟ ଓ ବଲାଙ୍ଗିର ପବ୍ଲିକ୍‌ ସ୍କୁଲର ପ୍ରତୀକ୍ଷା ସାମଲ୍‌ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବକ୍ତୃତା ପ୍ରତିଯୋଗିତାରେ ସିନିଅର୍‌ ଗ୍ରୁପ୍‌ରେ ଭୀମଭୋଇ ମେଡ଼ିକାଲ୍‌ କଲେଜ ଛାତ୍ର ଅନୁପ ଗୌରବ ସାହୁ ପ୍ରଥମ, ଓଏଭି ପଥରଚେପାର ଛାତ୍ର ଅଂଜନେୟ କର ଦ୍ୱିତୀୟ ଓ ସିଏନ୍‌ସି କଲେଜର ଛାତ୍ରୀ ତନ୍‌ଭି ଜୈନ ଏବଂ ଓଏଭି ପଥରଚେପାର ଛାତ୍ର ଓମ୍‌ ଅମୃତ ମହାନ୍ତି ତୃତୀୟ ସ୍ଥାନରେ ରହିଛନ୍ତି । ଆଜିର ଚିତ୍ରାଙ୍କନ ପ୍ରତିଯୋଗିତାରେ ବରିଷ୍ଠ ଚିତ୍ରଶିଳ୍ପୀ ବାସୁଦେବ ମେହେର ବିଚାରକ ଭାବେ ଯୋଗ ଦେଇଥିବା ବେଳେ ପରିଚାଳନା କରିଥିଲେ ‘କୋଶଳ ପ୍ରବାହ’ର ସାମ୍ବାଦିକ ଦେବାଶିଷ ମିଶ୍ର ଓ ଶମ୍ଭୁନାଥ ସାହୁ । ବକ୍ତୃତା ପ୍ରତିଯୋଗିତାରେ ବିଚାରକ ଭାବେ ପ୍ରାଧ୍ୟାପକ ଡ.ଅରୁଣ କୁମାର ନାଏକ, ବିଶିଷ୍ଟ ସାହିତ୍ୟିକ ବିଜୟ କୁମାର ତ୍ରିପାଠୀ ଏବଂ କବି ସଂଦୀପ କୁମାର କୁଅଁର ଯୋଗ ଦେଇଥିବା ବେଳେ ଏହାକୁ ପରିଚାଳନା କରିଥିଲେ ‘କୋଶଳ ପ୍ରବାହ’ର ପ୍ରଶାସନିକ ଅଧିକାରୀ ଶ୍ୟାମପ୍ରସାଦ ଗୁରୁ । ତେବେ ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ୧୩ ତାରିଖ ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହେବାକୁ ଥିବା ‘କୋଶଳ ପ୍ରବାହ’ ସମ୍ବାଦପତ୍ରର ନ୍ୟୁଜ୍‌ ପୋର୍ଟାଲ୍‌ର ତୃତୀୟ ବାର୍ଷିକୋତ୍ସବରେ ପୁରସ୍କୃତ କରାଯିବ ।

Leave A Reply

Your email address will not be published.