ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସରକାରୀ ମହିଳା ଡିଗ୍ରୀ କଲେଜର ସପ୍ତମ ଅରୁନିମା ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ମୁଖ୍ୟବକ୍ତା ଭାବେ ଦିଲ୍ଲୀପ କୁମାର ପଶାୟତ, ସଭାପତି ରମେଶ ଚନ୍ଦ୍ର ସାମିନି ଯୋଗ ଦେଇଥିଲେ । ଅତିଥିଙ୍କ ଦ୍ଵାରା ଦୀପ ପ୍ରଜ୍ୱଳନ ଓ ଭଗବାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ଜୈନ ସମସ୍ତ ଛାତ୍ରୀ ମାନଙ୍କୁ ଆହୁରି ସଶକ୍ତ ହେବା ସହ ଆଗାମୀ ଦିନରେ କେମିତି ଦେଶ ପାଇଁ ନେତୃତ୍ୱ ନେଇ ଆଗକୁ ବଢିପାରିବେ ସେ ବିଷୟରେ ଉଦବୋଧନ ଦେଇଥିଲେ । ଯାହାବି କଲେଜରେ ସମସ୍ୟା ଅଛି ଶୀଘ୍ର ପୂରଣ କରିବା ପାଇଁ ମାନ୍ୟବର ବିଧାୟକଙ୍କୁ ଜଣାଇବି ବୋଲି ପ୍ରତିଶ୍ରୁତି ଦେଇଥିଲେ । କଲେଜ ସଭାପତି ସାମନି ପୂର୍ବ ସଭାରେ ବିଧାୟକ ନବୀନ ଜୈନ ନିଜର ଦେଇଥିବା ପ୍ରତିଶୃତି ସ୍ୱରୂପ ବିଦ୍ୟୁତ ଖୁଣ୍ଟ ସମସ୍ୟାର ସମାଧାନ ମାତ୍ର ୨୪ ଘଣ୍ଟା ଅର୍ଥାତ ଗୋଟିଏ ଦିନ ଭିତରେ ପୂରଣ କରିଥିବାରୁ ତାଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।
Next Post