ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ଭଞ୍ଜଭବନ ପ୍ରକ୍ଷାଳୟଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୂର୍ୟ୍ୟନାରାୟଣ ଦାସଙ୍କ ଆବାହକତ୍ୱ ଓ ସଭାପତି ଡ. ସାମନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି, ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ମୁଖ୍ୟବକ୍ତା, ସମ୍ପାଦକ ବୈଷ୍ଣବ ଚରଣ ମହାପାତ୍ର ଓ ସହ ସମ୍ପାଦକ କୃପାସିନ୍ଧୁ ବେହୁରିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ ଶିଶୁର ଚରିତ୍ର ଗଠନ, ସର୍ବାଙ୍ଗୀନ ବିକାଶ ଓ ଶିକ୍ଷା ପ୍ରତି ପ୍ରତିବଦ୍ଧତା, ମାତୃଭାଷାରେ ଶିକ୍ଷାକୁ ଗୁରୁତ୍ୱାରୋପ, ପ୍ଲାଷ୍ଟିକ ବର୍ଜନ କରିବା ସହ ବିଦ୍ୟାଳୟ ସହରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତ ରଖିବା ସହ ଚରିତ୍ର ଗଠନ ଓ ମାନବିକତା ଓ ସମସ୍ତଙ୍କୁ ସୁନାଗରିକ ହୋଇ ଦେଶ ମାତୃକାର ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ । ସଭାପତି ଡ଼ା. ସାହୁ ଚରିତ୍ର ଗୁଣବତ୍ତା, ବୌଦ୍ଧିକ ଆତ୍ମିକ ଜ୍ଞାନ ଓ ମାନବୀୟ ମୂଲ୍ୟବୋଧ ଉପରେ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ଶ୍ରୀ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲାବେଳେ ସହ ସମ୍ପାଦକ ଶ୍ରୀ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ ବିଦ୍ୟାଳୟର ମୁଖପତ୍ର ସଂଜୀବନୀକୁ ଉନ୍ମୋଚନ କରିଥିଲେ । ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଶୋକ କକ୍କଡ, ସୁଧାକର ରଥ, ଜନାର୍ଦ୍ଦନ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଆଚାର୍ଯ୍ୟ କାଶୀନାଥ ପାଢ଼ୀ, ସୁଶାନ୍ତ ମଲ୍ଲିକ, ବବିତା ପାତ୍ର, ସନ୍ଧ୍ୟାରାଣୀ ଲେଙ୍କା, ସୁଚିତ୍ରା ଦର୍ଜି ପ୍ରମୁଖ ଗୁରୁଜୀ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲାବେଳେ ବହୁସଂଖ୍ୟାରେ ଅଭିଭାବକମାନେ ଯୋଗଦେଇଥିଲେ ।
Next Post