ନିଳଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ “ନବ ଉନ୍ମେଷ” ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିଳଜୀଠାରେ ବିଦ୍ୟାଳୟର ବାର୍ଷିକ ଉତ୍ସବ “ନବ ଉନ୍ମେଷ “ଅନୁଷ୍ଠିତ ହୋଇଯାଇଛି । ସିନାପାଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ସବର ଶୁଭ ଉଦ୍‌ଘାଟନ କରିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ପ୍ରତିଭାର ପ୍ରତିଫଳନ “ଅରୁଣିମା” ପ୍ରାଚୀର ପ୍ରତିକାର ଶୁଭ ଉନ୍ମୋଚନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବ୍ରତ ଗହୀରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାକାର୍ଯ୍ୟରେ ମୁଖ୍ୟବକ୍ତା ଭାବରେ ସହ ଗୋଷ୍ଠୀ ଶିକ୍ଷାଅଧିକାରୀ ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଘନଶ୍ୟାମ ପଣ୍ଡା, ଅବସର ପ୍ରାପ୍ତ ପ୍ରଥମ ସହକାରୀ ଶିକ୍ଷକ ବାଳକ ରାମ ମେହେର, ଦ୍ଵିତୀୟ ଅବସର ପ୍ରାପ୍ତ ସହକାରୀ ଶିକ୍ଷକ ମହେଶ୍ୱର ସା, ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ଗ୍ରାମ ପଂଚାୟତର ସରପଞ୍ଚ ଲକ୍ଷ୍ମଣ ପ୍ରଧାନ, ସିଆର୍‌ସିସି ରାକେଶ କୁମାର ମିଶ୍ର, ସନ୍ୟାସୀ ରବୀନ୍ଦ୍ର ଦାସ ବାବା, ପରିଚାଳନା କମିଟିର ସଭାପତି ଶଙ୍କର ନିଆଲ, ନୀଳଜି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ଟୋଲଟିଆ, ବିଶିଷ୍ଟ କଳାକାର ବିକ୍ରମାଦିତ୍ୟ ବାଗ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ । ସେବକ ରାମ ପାତ୍ର ଯୋଗ ଦେଇଥିଲେ । ବିଜ୍ଞାନ ଶିକ୍ଷକ ଧୀରେନ୍ଦ୍ର କୁମାର ସା ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ଓ ସହକାରୀ ଶିକ୍ଷକଗଣ ଅତିଥିମାନଙ୍କୁ ଫୁଲଚନ୍ଦନ ଓ ଉପଢୌକନ ଦେଇ ସମ୍ମର୍ଦ୍ଧିତ କରିଥିଲେ । ପରେ ଅତିଥି ଗଣଙ୍କ ଦ୍ୱାରା ଦେବପୂଜନ ହେଲା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ପୁରାତନ ଛାତ୍ର ତଥା ଶିକ୍ଷକ ଦୀପକ କୁମାର ସାଙ୍କ ନିର୍ଦ୍ଦେଶନାରେ ଛାତ୍ରୀଗଣ ସୁଲଳିତ କଣ୍ଠରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସଭାପତି ଶ୍ରୀଯୁକ୍ତ ଗହୀରଙ୍କ ଉଦ୍ଦ୍ୟେଶ ଜ୍ଞାପନ ପରେ ବରିଷ୍ଠ ଶିକ୍ଷକ ସେବକ ରାମ ପାତ୍ର ବିବରଣୀ ପଠନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶିଷ୍ଟ ଅତିଥି ଭାବରେ ଯୋଗଦାନ କରିଥିବା ବିଦ୍ୟାଳୟର ଆରମ୍ଭରୁ ଶିକ୍ଷାଦାନ କରି ଅବସର ପ୍ରାପ୍ତ ଗୁରୁ ଘନଶ୍ୟାମ ପଣ୍ଡା, ବାଳକ ରାମ ମେହେର, ମହେଶ୍ୱର ସାଙ୍କୁ ଫୁଲମାଳ ଅର୍ପଣ କରିବା ସହ ଫୁଲ ଚନ୍ଦନ, ଉପଢୌକନ ଓ ମାନପତ୍ର ଦେଇ ସମ୍ମର୍ଦ୍ଧିତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠପଢି ଉତ୍ତମ ନାଗରିକ ହେବା ପାଇଁ ଅତିଥିଗଣ ନିଜ ବକ୍ତବ୍ୟରେ ପ୍ରେରଣା ପ୍ରଦାନ କରିଥିଲେ । ଏହାପରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଧୀରେନ୍ଦ୍ର କୁମାର ସାଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ସହ ଶିକ୍ଷକ ପରମାନନ୍ଦ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ଜଗନ୍ନାଥ ସୁନାନୀ ସହକାରୀ ଶିକ୍ଷକ ଓ ପରିଚାଳନା କମିଟିର ସଭ୍ୟସଭ୍ୟା ବିଶେଷ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା ତଥା ଗ୍ରାମର ପ୍ରାୟ ପାଞ୍ଚଶହ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । ପୂର୍ବାହ୍ନରେ ବିଦ୍ୟାଳୟର ଶ୍ରେଣୀ କକ୍ଷରେ “ଆମ ସଂସ୍କୃତି ଆମ ଖେଳଣା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.