ବଙ୍ଗୋମୁଣ୍ଡା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨ୟ ବାର୍ଷିକ ଉତ୍ସବ

  • ଶିକ୍ଷା ବିନା ମଣିଷ ପୂର୍ଣ୍ଣତା ପାଇପାରିବ ନାହିଁ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଦୁର୍ଯ୍ୟୋଧନ ବାଗଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କପିଲ ବେହେରା, ମୁଖ୍ୟବକ୍ତା ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଉମାକାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ, ଜିଲ୍ଲା ପରିଷଦ ସଦସ୍ୟ ଓମ ପ୍ରକାଶ କୁମ୍ଭାର, ଅନୁଷ୍ଠାନର ସମ୍ପାଦକ ଅଶୋକ ଛୁରା, ସହ ସମ୍ପାଦକ ବିଶି ପୁଟେଲ, ଉପସଭାପତି ଶମ୍ଭୁଲାଲ ତାଣ୍ଡି, ଚୁଲିଫୁଙ୍କା ସରପଞ୍ଚ ଯମୁନା ବେହେରା, ଶିକ୍ଷକ ହରିରାମ ସତନାମୀ, ଘନଶ୍ୟାମ ମନହୀରା, କୁଶଧ୍ଵଜ ବାଗ, ସୁନୀଲ ମେହେର ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷା ବିନା ମଣିଷ ସମାଜର ଅଗ୍ରଗତି ନାହିଁ । ସୁସ୍ଥ ସମାଜ ଗଠନରେ ଶିକ୍ଷାର ଗୁରୁତ୍ୱ ରହିଛି । ଶିକ୍ଷା ବିନା ମଣିଷ ପୂର୍ଣ୍ଣତା ପାଇପାରିବ ନାହିଁ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ । ଅତିଥିମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଦୀପ ପ୍ରଜ୍ଵଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଧାନ ଶିକ୍ଷକ ପୃଥ୍ୱୀରାଜ ବେହେରା ସ୍ୱାଗତ ବକ୍ତବ୍ୟ ସହ ବାର୍ଷିକ ବିବରଣୀ ପଠନ କରିଥିଲେ । ସହ ପ୍ରଧାନ ଶିକ୍ଷକ ପୋଖରାଜ ସାହୁ ସଭା ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଉମାକାନ୍ତ ଛୁରା, ବିନ୍ଦିଆ ବାଗ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିଦ୍ୟାଳୟର ୪୫ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କ୍ରୀଡା କ୍ଷେତ୍ରରେ ଜୁନିୟର ବିଭାଗରେ ଗୁଣନିଧି ସାହୁ, ସିନିୟର ବିଭାଗରେ ଦିତିକ୍ରିଷ୍ଣା ଭଇଁସାଲ ପ୍ରମୁଖ ଚମ୍ପିୟାନ ହୋଇଥିବା ବେଳେ ବେଷ୍ଟ ଷ୍ଟୁଡେଣ୍ଟ ଭାବେ ଟୁନା ମେହେରଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଭୋଜରାଜ ରଣା, ଚୁଡାମଣି ରଣା, ରଞ୍ଜିତା ଦୀପ, ଅନୁପମା ସରାଫ, ମାଳତୀ ସାହୁ, କାଜଲ ସାହୁ, ତରୁଲତା ମୁଗ୍ରି, ସସ୍ମିତା ତାଣ୍ଡି, ବେଲମତୀ ସାହୁ, ରଞ୍ଜୁ ବେହେରା, ଲକ୍ଷ୍ମୀ ମାଝୀ, ଗାୟତ୍ରୀ ସାହୁ, ପୋଖରାଜ ସାହୁ, ବିନ୍ଦିଆ ବାଗ, ଲିପ୍ସା ତାଣ୍ଡି, ଉମାକାନ୍ତ ଛୁରା, ଗାୟତ୍ରୀ ମେହେର, ରଞ୍ଜୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.