ନିର୍ଝରିଣୀର ନବମ ବାର୍ଷିକ ସାରସ୍ଵତ ସମାରୋହ

କଣ୍ଟାବାଞ୍ଜି, (କୈଳାଶ ସାଗ୍ରିଆ) : ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀର ନବମ ବାର୍ଷିକ ସାରସ୍ଵତ ସମାରୋହ କରୋନା କଟକଣାକୁ ଅନୁସରଣ କରି ସ୍ଥାନୀୟ ହରିଭବନରେ ପାଳିତ ହୋଇଯାଇଛି । ଉତ୍ସବର ପ୍ରଥମ ଅଧିବେଶନରେ ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଜିତ କୁମାର ଯୋଷୀ, ରାଜ୍ୟ ସମ୍ପାଦକ, ଯୁବ ବିଜୁ ଜନତା ଦଳ, ମୁଖ୍ୟ ଅତିଥି, ଶ୍ରଦ୍ଧାଦେବ ବଡ଼ମାଳୀ, ରେଂଜର, ମୁଖ୍ୟ ବକ୍ତା, ଗୌରାଙ୍ଗ ରାଉତ, ପରିବେଶ ବିତ୍ତ, ଦେବେନ୍ଦ୍ର ନାଏକ, ପ୍ରଶାନ୍ତ ନାୟକ, ସମ୍ମାନିତ ଅତିଥି, ସଂପାଦକ ବିରଞ୍ଚି ନାରାୟଣ ଦାଶ ମଞ୍ଚାସୀନ ଥିଲେ । ସର୍ବ ପ୍ରଥମେ ମଞ୍ଚରେ ମା’ ସରସ୍ବତୀଙ୍କ ପୂଜାର୍ଚ୍ଚନା ପରେ ବୃକ୍ଷ ପୂଜା ଅତିଥି ମାନେ କରିଥିଲେ ।ପରିଷଦର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ରାମ ପ୍ରସାଦ ପୁରୋହିତ ଓ ସଭ୍ୟ ସମ୍ବାରୁ ସାହୁଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱାଗତ ଭାଷଣ ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଦେବା ପରେ ପେନ୍ ଏକାଡେମୀର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ତାପରେ ସବିତା ଭୋଇ, ସଞ୍ଜୁକ୍ତା ପରିଛ୍ଛା, ସବତା ମହରା ଓ ଉତ୍ତମ କୁମାର ଦାଶଙ୍କ ସଂଯୋଜନା ରେ ବହୁଭାଷୀ କବିତା ପାଠ ଲେଖନୀରେ ସବୁଜ ବନାନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁନିଗୁଡା, ବରଗଡ଼, ଅନୁଗୋଳ, ବଲାଙ୍ଗିର, ପାଟଣାଗଡ଼, ଟିଟିଲାଗଡ଼, ଲାଠୋର, ସିନ୍ଧେକେଲା ଆଦି ସ୍ଥାନରୁ ଶତାଧିକ କବି କବିତା ପାଠ କରିଥିଲେ । ବିଭୁଦତ୍ତ ସାହୁ ମଞ୍ଚ ପରିଚାଳନା ଓ ଅଞ୍ଜଳି ମାଝୀ, ସହ ସଂପାଦିକା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ବିତୀୟ ଅଧିବେଶନରେ ସନ୍ତୋଷ ସିଂ ସାଲୁଜା, ବିଧାୟକ ମୁଖ୍ୟ ଅତିଥି, ଗୁରୁଶ୍ରୀ ଡ଼. ଘାସିରାମ ମିଶ୍ର, ମୁଖ୍ୟବକ୍ତା, ଶ୍ରୀରଙ୍ଗ ନାୟକ, ଗଜାନନ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଶିଶୁ ସାହିତ୍ୟିକା ସବିତା ଭୋଇଙ୍କ କବିତା ସଂକଳନ ଗୀତ ଗଜରା ମହକ ଝରା ଉନ୍ମୋଚିତ ହୋଇଥିଲା । ଆଲୋଚନା ଚକ୍ର କରୋନା କାଳରେ ସାହିତ୍ୟର ସ୍ଥିତି ଉପରେ ଆଲୋଚନା କରିଥିଲେ । ବିଭିନ୍ନ ଦିଗରେ ପାରଦର୍ଶିତା ଥିବା ପ୍ରତିଭାଙ୍କୁ ଘାସିରାମ ମିଶ୍ର, ଅଶ୍ୱିନୀ ମହାନ୍ତି, ଡ ରବିନାରାୟଣ ସାହୁ, ପ୍ରତାପ ଦିବେଦୀ, ଟିକେଲାଲ ବେହେରା, ସାଧବୀ ସାହୁ, ଧୀରାମଣି ଦାସ, ଅଞ୍ଜଳି ମାଝୀ, ଗଜେନ୍ଦ୍ର ବାଗ,ରାଜ କିଶୋର ଭୋଇ, ନିରୁପମା ମିଶ୍ର, ସୁରୁଚି ମିଶ୍ର, ଉମେଶ ବେହେରା, ଶ୍ୟାମ ସୁନ୍ଦର ଗୁର, ରମେଶ କୁମାର ବାରିକଙ୍କୁ ଉପଢୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ନିର୍ଝରିଣୀ ଦାଶ, ମମତା ପଣ୍ଡା, ନାରାୟଣ ମିଶ୍ର, ରବିନାରାୟଣ ତ୍ରିପାଠୀ, ସଞ୍ଜୟ ମିଶ୍ର, ବ୍ରଜଶ୍ୟାମ ଗୁରୁ, ଟିଙ୍କୁ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.