ନାରାୟଣ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପେଲେସ ଲାଇନ ସ୍ଥିତ ନାରାୟଣ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବରେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ସିଦ୍ଧାର୍ଥ ମିଶ୍ର ଓ ଓଡ଼ିଶା କ୍ରିକେଟ ଏକାଡେମିର ଅମ୍ପେୟାର ପୃଥ୍ୱୀରାଜ ମିଶ୍ର ଅତିଥି ଭାବେ ଯୋଗ ଦେଇ କୁନିକୁନି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ବାର୍ଷିକ କ୍ରୀଡା ଉତ୍ସବରେ କୁନି କୁନି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସ୍କୁଲ ପ୍ରିନ୍ସିପାଲ୍ ଦିବ୍ୟ ନାରାୟଣ ମିଶ୍ର ଏହି ସମୟରେ ଉପସ୍ଥିତ ଥିବା ବେଳେ ସ୍କୁଲର ଏହି ବାର୍ଷିକ କ୍ରୀଡା ଉତ୍ସବରେ ଶିକ୍ଷୟିତ୍ରୀମାନେ ବିଶେଷ ସହଯୋଗ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.