ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ବରପିଟା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୂର୍ବଣ୍ଣ ଜୟନ୍ତୀ ଉତ୍ସବ କରୋନା କଟକଣାରେ ପାଳିତ ହୋଇଯାଇଥିବା ବେଳେ ଆଜି ସକାଳେ ମଶାଳ ଯାତ୍ରା ସହ ଗାଁ ପରିକ୍ରମା କରାଯାଇଥିଲା ଏବଂ ସୂର୍ବଣ୍ଣ ଜୟନ୍ତୀ ପରିଚାଳନା କମିଟି ଅଧ୍ୟକ୍ଷ ଗୌରଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ ଚନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଭାବେ ନ୍ୟାସନାଲ ମହାବିଦ୍ୟାଳୟ ନୂଆପଡ଼ାର ଓଡ଼ିଆ ବିଭାଗର ଓଡ଼ିଆ ଅଧ୍ୟାପକ ଶିବ ପ୍ରସାଦ ସା, ସିଆରସିସି ସବ୍ୟସାଚୀ ପାଣିଗ୍ରାହୀ, ପାଟଣାଗଡ଼ ବ୍ଳକ ଉପାଧ୍ୟକ୍ଷ ଶ୍ରୀମତୀ ପଦ୍ମିନୀ ସାହୁ, ଦେଓଳ ଗାଁ ସରପଞ୍ଚ ପ୍ରତିମା ସାହୁ, ଭୂମିଦାତା ତଥା ପୂର୍ବତନ ଜିଲ୍ଲାପରିଷଦ ଜୟରାମ ସାହୁ, ଗୌନ୍ତିଆ ଲିଙ୍ଗରାଜ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଗ୍ରାମବାସୀଙ୍କ ସୂବର୍ଣ୍ଣ ଜୟନ୍ତୀ ସମାରୋହ ଉତ୍ସବ ପାଳନ କରିଥିବାରୁ ଖୁସି ବ୍ୟକ୍ତ କରିବା ସହ ଶିକ୍ଷା ହିଁ ମଣିଷକୁ ଆଗକୁ ବଢ଼ିବାରେ ସହଯୋଗ କରିପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶମ୍ଭୁ ପ୍ରସାଦ ଛୁରା, କଷ୍ଟ ଟଙ୍ଗିସା, ଜିତେନ୍ଦ୍ରିୟ ଖମାରୀ, ଉପେନ୍ଦ୍ର ନାଏକ, ରୋହିତ ଧରୁଆ, ଲିଙ୍ଗରାଜ ମେହେର, କିଶୋର ଚନ୍ଦ୍ର ମେହେର, ଜଗବନ୍ଧୁ ନାଗ, ସତ୍ୟନାରାୟଣ ଭୋଇ ପ୍ରମୁଖ ଶିକ୍ଷକ ମାନଙ୍କୁ ସୂବର୍ଣ୍ଣ ଜୟନ୍ତୀ ସମାରୋହ ଉତ୍ସବରେ ଗୁରୁ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦୁର୍ଯ୍ୟୋଧନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ଷାଣ୍ଢ, ସହକାରୀ ଶିକ୍ଷକ ବାସୁ ନାଏକଙ୍କ ସମେତ ମାଁ ବରତଲେନ କ୍ରୀଡ଼ା ସଂସ୍କୃତି ପରିଷଦର ସଦସ୍ୟ କବି କ୍ଷିରୋଦ କୁମାର ସାହୁ , ତ୍ରିଲୋଚନ ଧରୂଆ, ଗ୍ରାମବାସୀ ସହଯୋଗ କରିଥିବା ବେଳେ ଶତାଧିକ ଗ୍ରାମବାସୀଙ୍କ ସହ ଛାତ୍ରଛାତ୍ରୀ, ମହିଳା ପୁରୁଷ ଯୋଗଦେଇ ଥିଲେ । ସୂବର୍ଣ୍ଣ ଜୟନ୍ତୀର ସମ୍ପାଦକ ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।