centurian jitm

ବରଯାତ୍ରୀ ଭ୍ୟାନକୁ ଧକ୍କା ଦେଲା ଟ୍ରଲି, ୯ ମୃତ

nschool

ଜୟପୁର : ରାଜସ୍ଥାନର ଝାଲାୱାଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ରବିବାର ସକାଳେ ଜିଲ୍ଲାର ଆକ୍ଲେରା ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶର ଡୁଙ୍ଗ୍ରିରେ ଏକ ବିବାହ ସମାରୋହରେ ଯୋଗଦେବା ପରେ ବରଯାତ୍ରୀମାନେ ଦୁର୍ଗଗାଓଁରେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ, ଏନ୍‌ଏଚ୍‌-୫୨ରେ ପାଚୋଲା ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରଲି ମାରୁତି ଭ୍ୟାନକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ପରେ ଭ୍ୟାନଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ବରଯାତ୍ରୀଙ୍କ କରୁଣ ଚିତ୍କାର ଶୁଣା ଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ଡାକ୍ତରମାନେ ୯ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.