୨୪ଜଣ ନିୟମଗିରି ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ୨୪ଜଣ ନିୟମଗିରି ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । ଏଥିରେ ତହସିଲଦାର ସୁଧାକର ରଇତ, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ଡବ୍ଲ୍ୟୁ ଇଓ ଚନ୍ଦନ ଦାସ ବାଙ୍ଗାରି, ସୁନାଖଣ୍ଡି ସରପଞ୍ଚ ସଞ୍ଜୟ ନିଶିକା, ସମିତି ସଭ୍ୟ ସମ୍ବୁରୁ କୁଲିସିକା, ପାରସାଲି ସ୍ୱତନ୍ତ୍ର ଅଧିକାରୀ ସଲମନ ରାଇକା, ପଞ୍ଚାୟତ ଅଧିକାରୀ ପ୍ରମୋଦ ପାଣିଗ୍ରାହୀ, ରାଜସ୍ୱ ଅଧିକାରୀ ମିନାକ୍ଷୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପଟ୍ଟା ବଣ୍ଟନ କରିଥିଲେ । ନିୟମଗିରି ପାହାଡରେ ବସବାସ କରୁଥିବା ନିୟମଗିରି ଡଙ୍ଗରିଆ କନ୍ଧ ଟେବାପଡା, ପଞ୍ଚକୁଡି ଓ ଟାମକଶିଳା ତିନୋଟି ଗାଁରେ ପ୍ରାୟ ୨୪ ପରିବାରକୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି ।

jittmm
Leave A Reply

Your email address will not be published.