oom

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ତଥା ଜିଲ୍ଲାର ଏକ ଅଗ୍ରଣୀ ସାମାଜିକ ସଂଗଠନ ସ୍ମାଇଲ ଫର ଅଲ୍‌ ଅନୁଷ୍ଠାନର ସହଯୋଗରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରେ ରୋଗୀମାନଙ୍କ ସହାୟକ ଓ ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ପ୍ରଥମେ ବିଶିଷ୍ଟ ସମାଜସେବୀ ତଥା ଲୋକମାନଙ୍କର ସୁଖ ଦୁଃଖର ସାଥୀ ଶ୍ରମିକ ନେତା ସ୍ୱର୍ଗତ ଲଳିତ ନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିରେ ସହଯୋଗ କରିଥିଲେ ମଂଚର ସଭାପତି ନାରାୟଣ ପାଢୀ, ସାଧାରଣ ସଂପାଦକ ପ୍ରଭାକର ମିଶ୍ର, ଅତିରିକ୍ତ ସାଧାରଣ ସଂପାଦକ ମନୋରଂଜନ ମିଶ୍ର, କୋଷାଧ୍ୟକ୍ଷ ବିରଞ୍ôଚ ହୋତା, ସଂଗଠନ ସଂପାଦକ ବିନୟ କୁମାର ମିଶ୍ର, ଯୁଗ୍ମ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ, ଉପଦେଷ୍ଟା ପଦ୍ମଚରଣ ଆ·ର୍ଯ୍ୟ, ବରିଷ୍ଠ ସଦସ୍ୟ ବିଶ୍ୱନାଥ ମିଶ୍ର ଓ ଚିତ୍ତରଂଜନ ପଟେଲ । ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘ ତରଫରୁ ସହଯୋଗ କରିଥିଲେ ଅଧ୍ୟକ୍ଷ ଦିପକ କୁମାର ନାୟକ, ଉପାଧ୍ୟକ୍ଷଦ୍ୱୟ ରତନ କୁମାର ମହାରଣା ଓ ପ୍ରଭାସ ପାଣିଗ୍ରାହୀ, କିଶୋର ମିଶ୍ର, ଲମ୍ବୋଦର ସାଏ, ଅବିନ ମହାକୁଡ, ବିଭାସ ଘଡେଇ, ଉପଦେଷ୍ଟା ଦ୍ୱୟ ଶ୍ରୀୟାକାନ୍ତ ପାଣିଗ୍ରାହୀ ଓ ବିନୋଦ ଦାସ । ଏତଦ୍‌ ବ୍ୟତୀତ ସ୍ମାଇଲ ଫର ଅଲ୍‌ ଅନୁଷ୍ଠାନର ସଂପାଦକ ସଂଜୀବ ସାହୁ, ଉପଦେଷ୍ଟା ଅମୁଲ୍ୟ ସେଠ, ରବି ଚାନ୍ଦ, ରିକୁ ଚନ୍ଦନ, ସୁଦର୍ଶନ ଚିରଗୁନ, ଶିବୁ ବଗର୍ତ୍ତି, ରୁନା ବଗର୍ତ୍ତି, ବଣ୍ଟି ଘିବେଲା, ପ୍ରଶାନ୍ତ ବିଶି, ବଣ୍ଟି ବିଶ୍ୱାଲ, ରବିନ୍ଦ୍ର କାଲସାଏ, ପ୍ରଭାତ ମିଶ୍ର, ଟିକୁ ସାହୁ, ସୌଭାଗ୍ୟ ବେହେରା, ସଂଜୁ ନାଏକ, ସୌଦାମିନୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ବରିଷ୍ଠ ନାଗରିକ ମଂଚ ତଥା ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘର ସାଧାରଣ ସଂପାଦକ ପ୍ରଭାକର ମିଶ୍ର ଉପସ୍ଥିତ ଥିବା ସମସ୍ତଙ୍କୁ ଅନୁରୋଧ କରିଥିଲେ ଯେ ସମାଜରେ ଅବହେଳିତ ଅସହାୟ ନିଷ୍ପେସିତ ଲୋକମାନଙ୍କର ସାଥି ଥିଲେ ସ୍ୱର୍ଗତ ଲଳିତ ନାୟକ, ସେଥିପାଇଁ ଏହି ସ୍ଥାନରେ ପ୍ରତିଦିନ ଲଳିତ ନାୟକଙ୍କ ସ୍ମୃତିରେ ତାଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ ତଥା ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରନ୍ଧାଖାଦ୍ୟ ବଣ୍ଟନ କରାଯାଉ । ଶେଷରେ ପଦ୍ମଚରଣ ଆଚାର୍ଯ୍ୟ ସ୍ମାଇଲ ଫର ଅଲ ଅନୁଷ୍ଠାନର ସମସ୍ୟ କର୍ମକର୍ତ୍ତା ଓ ସଦସ୍ୟମାନଙ୍କ କାର୍ଯ୍ୟକୁ ପ୍ରଶଂସା କରି କୃତଜ୍ଞତା ଜଣାଇଥିଲେ ଓ ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.