oom

ଆରବିଏସ୍‌କେ ଶିବିର : କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ବଣ୍ଟନ

jsmm

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ‌ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଦୁଇ ଦିନିଆ ଶିବିର ଆଜି ଉଦଯାପିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଭିନ୍ନ ବ୍ଲକରୁ ଆସିଥିବା ଭିନ୍ନକ୍ଷମ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ତାଙ୍କୁ ଏହି ସେବା ମାଧ୍ୟମରେ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ବଣ୍ଟନ କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ, ଏହି କାର୍ୟ୍ୟକ୍ରମରେ ଭିନ୍ନକ୍ଷମ ଶିଶୁ ମାନଙ୍କୁ ଶାରିରୀକ ଦକ୍ଷତା ପ୍ରଦାନ କରିବା ନିମନ୍ତେ ଜିଲ୍ଲା ସହଜ ସାଧନ କେନ୍ଦ୍ରକୁ ଅଣାଯାଇ ସେମାନଙ୍କ ଭୈ।ତିକ ଚିକିତ୍ସା, ଶ୍ରବଣ, ଦନ୍ତ, ଚକ୍ଷୁ ପରୀକ୍ଷା କରାଯିବା ସହିତ ସ୍ୱତନ୍ତ୍ର ଶିକ୍ଷା ଦାନ ମାଧ୍ୟମରେ ଶିଶୁ ମାନଙ୍କ ବୈ।ଦ୍ଧିକ ବିକାଶ କରାଯାଇଥାଏ । ଆଜି ଶିବିରରେ ଉପସ୍ଥିତ ଥିବା ୩୯ ଜଣ ଶିଶୁଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦାନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ ପାତ୍ର, ଡାକ୍ତର ଦୈତ୍ୟ ନାରାୟଣ ପାଢ଼ୀ, ଡାକ୍ତର ବିଭୁତି ଭୁଷଣ ମେହେର, ଶିଶୁମାନଙ୍କୁ ଉତ୍ସାହିତ କରିବା ସହ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ବଣ୍ଟନ କରିଥିଲେ ।

jittmm
Leave A Reply

Your email address will not be published.