ବଂଜାରା ସେବା ସଂଘ ନୂତନ କର୍ମକର୍ତ୍ତା ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୋଡାସମ୍ବର୍ ବଂଜାରା ସେବା ସଂଘ ନୂତନ କର୍ମକର୍ତ୍ତା ସୋମବାର ଦିନ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ନିତ୍ୟାନନ୍ଦ ପୂର ତାଣ୍ଡା ଗ୍ରା.ପ. ବିଲାସପୁର ଠାରେ ଗଠନ କରାଯାଇଛି । ନୂତନ କର୍ମକର୍ତ୍ତା ସଭାପତି ଚୈତ୍ କୁମାର ନାଏକ, ଉପସଭାପତି ଲକ୍ଷ୍ମଣ ନାଏକ, ସମ୍ପାଦକ ନୀଳମଣି ନାଏକ, ସହ ସମ୍ପାଦକ ସହଦେବ ନାଏକ, କୋଷାଧ୍ୟକ୍ଷ ଗଙ୍ଗା ନାଏକ‌ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଗଲା । ପୂର୍ବ ସଭାପତି ସମସ୍ତଙ୍କୁ ସ୍ୱାଗତ ଜଣାଇଲେ । ମହାସଭାରେ ବିଲାସପୁର, ରାଇପୁର, ମହସମୁନ୍ଧ୍, ରାଇଗଡ, ନୂଆପଡ଼ା, ବରଗଡ଼ ଜିଲ୍ଲାରୁ ଆସିଥିଲେ । ରାଜ ବୋଡାସମ୍ବର ବଂଜାରା ମହାସଭାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ । ଶ୍ରୀ ପୁରୋହିତଙ୍କୁ ବଂଜାରା ସଭା ପକ୍ଷରୁ ସଭା ସ୍ଥାନକୁ ପାଛୋଟି ନେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

Leave A Reply

Your email address will not be published.