ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଚଳିତ ବର୍ଷ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମିଶନ ସଣ୍ଡେ ପକ୍ଷରୁ ଏକ ବନ୍ଧୁମିଳନ ତଥା ବଣଭୋଜି ରାଉରକେଲା ସ୍ଥିତ ତରକରା ଡ୍ୟାମ ଠାରେ ଗତ ରବିବାର ତା ୦୮.୦୨.୨୦୨୬ ରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ପ୍ରାୟ ୫୦ରୁ ଅଧିକ ସଦସ୍ୟ ଏବଂ ସେମାନଙ୍କର ପରିବାରବର୍ଗ ଯୋଗଦାନ କରି ଅତ୍ୟନ୍ତ ହର୍ଷୋଉଲ୍ଲାସର ସହିତ ବଣଭୋଜି ପାଳନ କରିଥିଲେ । ବିଗତ ୧୪ ବର୍ଷ ଧରି ନିରବଛିନ୍ନ ଭାବେ ପ୍ରତ୍ୟକ ରବିବାର ସହର ପାଇଁ ଘଣ୍ଟାଏ ଶ୍ରମଦାନ କରୁଥିବା ସ୍ମୃତିରେ ସଦସ୍ୟ ମାନଙ୍କ ଦ୍ୱାରା କେକ କାଟି ଉତ୍ସବ ପାଳନ କରାଯାଇଥିଲା । ଏହାସହିତ ନାଚଗୀତ ସହିତ ସୁସ୍ୱାଦୁ ଭୋଜନ ଦ୍ୱାରା ସମସ୍ତଙ୍କୁ ଆପ୍ୟାୟିତ କରାଗଲା । ପରିଶେଷରେ ସମସ୍ତେ ମିଳିମିଶି ଉକ୍ତ ଅଂଚଳକୁ ସଫା ଓ ପରିଷ୍କାର କରିବା ସହ ନିଜ ସ୍ୱଚ୍ଛତା କର୍ତ୍ତବ୍ୟ ପାଳନ କରିଥିଲେ । ଅନୁଷ୍ଠାନ ତରଫରୁ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ସଦସ୍ୟ ସଦସ୍ୟା ତଥା ନିମନ୍ତ୍ରିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ସମସ୍ତେ ସହଯୋଗ କରିଥିବାରୁ ଅନୁଷ୍ଠାନ ସେମାନଙ୍କ ନିକଟରେ କୃତଜ୍ଞତା ଜଣାଉଛି ।