ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଷଷ୍ଠତମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସେକ୍ଟର ୬ ସ୍ଥିତ ଇସ୍ପାତ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସଙ୍କ ଆବାହକତ୍ୱ ଓ ସଂଗଠନ ସମ୍ପାଦକ ହିମାଂଶୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟାମାନେ ଯୋଗଦେଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ସହ ନୃତ୍ୟଗୀତ ମାଧ୍ୟମରେ ଦିନଟିକୁ ଉପଭୋଗ କରିଥିଲେ । ଏହି ଅବସରରେ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା, ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବା ସହ ସହରକୁ ସୁନ୍ଦର ସବୁଜ, ସ୍ୱଚ୍ଛ, ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହାପରେ ସମସ୍ତେ ସୁସ୍ୱାଦୁ ବ୍ୟଞ୍ଜନର ଭରପୁର ମଜା ଉଠାଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ ନାୟକ, ଅଶୋକ ପଟେଲ, ପ୍ରଦୀପ୍ତ ଭୋଇ, ଦୈତାରୀ ସାହୁ, ଏସ୍ଆର୍ ଦତ୍ତଙ୍କ ସମେତ ବହୁ ସଦସ୍ୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି ।