ଖପ୍ରାଖୋଲ ଅଞ୍ଚଳର ବିଭିନ୍ନ ଗ୍ରାମରେ ବିଜୁ ଜନତା ଦଳର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ଆଜି ବିଜୁ ଜନତା ଦଳର ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭରେ ବିଜୁ ଜନତା ଦଳର ଯୁବ ନେତା ତଥା ସାମ୍ବାଦିକ ଆଲୋକ ପାଣିଗ୍ରାହୀ ସଭା କାର୍ୟ୍ୟ ଆରମ୍ଭ ଆରମ୍ଭ କରିଥିଲେ । ବିଜୁ ଜନତା ଦଳର ପୂର୍ବତନ ଯୁବ ସାଂସଦ ତଥା ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିବାନନ୍ଦ ପରିଚ୍ଛା, ସଞ୍ଜୟ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଖପ୍ରାଖୋଲ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶହ ଶହ କର୍ମୀମାନେ ଉପସ୍ଥିତ ଥିବା ଜଣାପଡିଛି । ମୁଖ୍ୟଅତିଥି ଶ୍ରୀ ସିଂଦେଓ ଉପସ୍ଥିତ ସମସ୍ତ ନେତା ଓ କର୍ମୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହି ସମସ୍ତେ ଗୋଟେ ପରିବାର ଭାବେ ଦଳକୁ ଆଉ ଥରେ ଶାସନ କ୍ଷମତାକୁ ଆଣିବାକୁ ସଂକଳ୍ପ ନେବାଚୁ ସେ କହିଥିଲେ । ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇ ଥିଲେ ଶ୍ରୀ ସିଂହଦେଓ । ଆୟୋଜିତ ଏହି ସଭାରେ ପିଣ୍ଟୁମିଶ୍ର, ଅବିନାଶ ବିଶ୍ୱାଳ, ତରଣୀ ସାହୁ, ଧ୍ରୁବ ଚାନ୍ଦ, ରାଜକୁମାର ବେହେରା, ରାଜାରାମ ଦଣ୍ଡସେନା, ଶେଷରାମ ଦଣ୍ଡସେନା, ମହାବୀର ପଧାନ ସହ ବହୁ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ । ଶେଷରେ ବିଜୁଜନତା ଦଳର ଯୁବନେତା ପ୍ରତାପ ମେହେର ଧନ୍ୟବାଦ ଅର୍ପଣ କରି ସଭା ସମାପନ କରିଥିଲେ । ସେହିପରି ଧଣ୍ଡାମୁଣ୍ଡା, କର୍ଲମାଲ ବିଭିନ୍ନ ଜାଗାରେ ବିଜୁ ଜନତା ଦଳ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.