
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରସ୍ଥ ଭାରତୀ ବିଦ୍ୟାପୀଠ ହାଇସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳର ୧୯୯୦ ମସିହା ବେଚ୍ ଛାତ୍ରମାନଙ୍କ ଏକ ସମ୍ମେଳଣ ତଥା ଅଲୁମିନେଟ୍ ବନ୍ଧୁମିଳନ ସମାରୋହ ପ୍ରାଚୀନ ଶକ୍ତିପୀଠ ଶ୍ରୀଶ୍ରୀ ମା’ ରାମଚଣ୍ଡୀଙ୍କ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ୧୯୯୦ ମସିହା ବେଚ୍ ଦଶମ ଶ୍ରେଣୀ ଛାତ୍ର ସମୟର ବନ୍ଧୁମାନଙ୍କ ସହ ବର୍ତ୍ତମାନର ମିଳନ ଖୁବ ଭାବପୂର୍ଣ୍ଣ ଓ ନିଆରା ଥିଲା । ସେଥିରେ ଅବସରପ୍ରାପ୍ତ ତତ୍କାଳୀନ କ୍ରୀଡା ଶିକ୍ଷକ ଅଶୋକ କୁମାର ପାତ୍ରଙ୍କୁ ଆମନ୍ତ୍ରଣ କରିବା ପୂର୍ବକ ପୁଷ୍ପଗୁଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯିବା ସହ କେତେ ଜଣ ଶିକ୍ଷକ ଓ ବନ୍ଧୁମାନଙ୍କୁ ସ୍ମରଣ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । କ୍ରୀଡା ଶିକ୍ଷକ ଅଶୋକ କୁମାର ପାତ୍ରଙ୍କ ଅଭିଭାଷଣରେ ବନ୍ଧୁମାନେ ନିଜ ନିଜ ଛାତ୍ର ସମୟକୁ ଫେରିଯାଇ ଭାବବିହ୍ୱଳ ହୋଇଯାଇଥିଲେ । ବନ୍ଧୁମାନଙ୍କ ସଭାରେ ମୁଖ୍ୟତଃ ଦିଲ୍ଲୀପ କୁମାର ପାତ୍ର ନିଜ ବିଦ୍ୟାଳୟର ଉନ୍ନତି ସାଧନରେ ଧ୍ୟାନ ଦେବାକୁ ଆହ୍ୱାନ ଦେଇଥିବା ବେଳେ ସମାଜର ଉନ୍ନତି ପାଇଁ ପୂର୍ବତନ ଶିକ୍ଷକମାନଙ୍କ ଶିକ୍ଷାର ମହତ୍ୱ ଉପରେ ଗୁରୁତ୍ୱ ଦେଇ ନିଜ ନିଜ ଅଚରଣ ଓ ଉଚ୍ଚାରଣରେ ସଂଯମତା ରକ୍ଷା କରିବା ଓ ଏହାର ପ୍ରସାର ଦିଗରେ ବନଜ କୁମାର ପାଣିଗ୍ରାହୀ ଧ୍ୟାନ ଆକର୍ଷଣ କରିଥିଲେ । ସନ୍ତୋଷ କୁମାର ପଣ୍ଡା ବିବରଣୀ ପଠନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ବନ୍ଧୁମିଳନ କାର୍ଯ୍ୟରେ ନିରଞ୍ଜନ ପରିଡାଙ୍କ କାର୍ଯ୍ୟକୁ ସମସ୍ତେ କରତାଳି ସହ ଖୁବ ପ୍ରଶଂସା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରୋହିତ କୁମାର ବେହେରା, ଟୁନା ମହାରଣା, ଡ଼ି. ମୋହନ ରେଡ୍ଡୀ, ସୁମା ଦାସ, ରାମନାଥ ବେହେରା, ଅଜୟ ବାରିକ, ନୀଳାଞ୍ଚଳ ବାରିକି, ବିନାୟକ ମହାପାତ୍ର, ସଂଗ୍ରାମ କେଶରୀ ପାତ୍ର ଆଦି ମୋଟ ୫୨ ଜଣବନ୍ଧୁ ଭାବପୂର୍ଣ୍ଣ ହୋଇ ସଂଗୀତର ତାଳେ ତାଳେ ନାଚିଥିଲେ । ଶେଷରେ ସମସ୍ତଙ୍କୁ ଆଜି ଦିନର ସ୍ମୃତି ସନ୍ତକ ରୂପେ ଗୋଟିଏ ଗୋଟିଏ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା ।