ଏକତା ଫାଉଣ୍ଡେସନ ଟ୍ରଷ୍ଟର ବନ୍ଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ମହିଳା ସାମାଜିକ ଅନୁଷ୍ଠାନ ଏକତା ଫାଉଣ୍ଡେସନ ଟ୍ରଷ୍ଟର ବନ୍ଧୁମିଳନ କାର୍ଯ୍ୟକ୍ରମ ଝିରପାଣିଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବସୁମତୀ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସୁଲତା ପତି, ପ୍ରିୟଦର୍ଶିନୀ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନବସେବା ପ୍ରତିଷ୍ଠାନର ଅନ୍ତେବାସୀଙ୍କ ସହରର ବହୁ ଜଣାଶୁଣା ବ୍ୟକ୍ତି ବିଶେଷମାନେ ଯୋଗଦେଇ ଭାବ ବିନିମୟ ସହ ମଉଜ ମସ୍ତି କରିଥିଲେ । ଏହି ଅବସରରେ ମାନବସେବା ପ୍ରତିଷ୍ଠାନର ଅନ୍ତେବାସୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ମ୍ୟୁଜିକ୍‌ ଚେୟାର, ନୃତ୍ୟଗୀତ ଓ ନୂଆବର୍ଷ ଉପଲକ୍ଷେ କେକ୍ କଟାଯାଇଥିଲା । ଏହି ଅବସରରେ ସୁଦିନ ଶର୍ମା ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଶାନ୍ତିଲତା ବେହେରା, ଜୋୟା ତ୍ରିପାଠୀ, ବନଜା ବିଶ୍ୱାଳ, ସୁଚିସ୍ମିତା ପଣ୍ଡା, ମିତା ଶର୍ମା, ମନୋଜ ମହାନ୍ତି, ବିଶ୍ୱଜିତ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.