ତୁଷୁରା ବାଳକ ହାଇସ୍କୁଳର ୧୯୯୨ ମ୍ୟାଟ୍ରିକ ବ୍ୟାଚ ବନ୍ଧୁ ମିଳନ

ଗୁଡ଼ଭେଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଗୁମାଗଡ ଠାରେ ତୁଷୁରା ବଙ୍କଳ ହାଇସ୍କୁଳର ୧୯୯୨ ମସିହାର ମ୍ୟାଟ୍ରିକ ବ୍ୟାଚର ୨୮ ବର୍ଷ ପରେ ଏକ ବନ୍ଧୁ ମିଳନ ଅନୁଷ୍ଟିତ ହୋଇଯାଇଛି । ବିଜେଡିର ତୁଷୁରା ଏନଏସି ନଗର ସଭାପତି ଅଜୟ ଜୟଶ୍ୱାଳ ଓ ସମାଜସେବୀ ତରୁଣ କେଡିଆଙ୍କ ପ୍ରଚେଷ୍ଠାରେ ଏପରି ଏକ କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇ ପାରଥିବାରୁ ଦୁହେଁଙ୍କୁ ଉପସ୍ଥିତ ସମସ୍ତେ ଧନ୍ୟବାଦ ଦେଇଥିଲେ । ସ୍କୁଳ ସମୟର ନିଜ ନିଜ ଅନୁଭୁତି ବଖାଣି ଥିବା ବେଳେ ଆଗାମୀ ଦିନରେ ଅଞ୍ଚଳର ସେବା କାର୍ୟ୍ୟ ସହିତ ସରକାରଙ୍କ ମୋ ସ୍କୁଳ ଅଭିଯାନରେ ସାମିଳ ହୋଇ ସ୍କୁଳର ଉନ୍ନତି ଦିଗରେ ପଦକ୍ଷେପ ନେବା ପାଇଁ ମତ ପ୍ରକାଶ ପାଇଥିଲା । ଏହି ବନ୍ଧୁ ମିଳନରେ ହରିହର ସାହୁ, ସୁଦାମ ମାଝୀ, ଅଜିତ ମେହେର, ସଙ୍ଗିତ ଜୈନ, ସରୋଜ ଦର୍ଜୀ, ଶୁଶାନ୍ତ ପଟ୍ଟନାୟକ, ହାଡୁ ମଲ୍ଲିକ, ଅର୍ଜୁନ ରଣା ଓ ସୁବାସ ସାହୁ ଆଦି ପ୍ରାୟ ୫୨ ଜଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.