ବାପୁଜୀ ହାଇସ୍କୁଲ ୧୯୮୮ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ହାଇସ୍କୁଲର ୧୯୮୮ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ଐତିହାସିକ ଧବଳେଶ୍ଵର ପୀଠ ବେଲଖଣ୍ଡି ଠାରେ ଆୟୋଜିତ ହୋଇଯାଇଛି । ଦୀର୍ଘ ୩୫ ବର୍ଷ ପରେ ବନ୍ଧୁମାନେ ପ୍ରଥମ ଥର ଏକତ୍ରିତ ହୋଇଥିବା ଯୋଗୁଁ ନାହିଁ ନ ଥିବା ଖୁସି ଅନୁଭବ କରିଥିଲେ । ଅତୀତର ସ୍ମୃତିକୁ ମନେପକାଇ ନିଜ ନିଜର ସ୍ମୃତିକୁ ବଖାଣି ଥିଲେ । ଦୀର୍ଘ ଦିନ ପରେ ଏକତ୍ରିତ ହୋଇଥିବା ଯୋଗୁଁ ଖୁସିରେ ମସଗୁଲ ହୋଇ ଯାଇଥିଲେ । ଏଥିରେ ଇଣ୍ଟରନ୍ୟାସନାଲ୍‌ ଡେଭଲ୍‌ପମେଣ୍ଟ ଅରଗାନାଇଜେସନର ପ୍ରୋଗ୍ରାମ ମ୍ୟାନେଜର ସରୋଜ କୁମାର ବାରିକ, ପ୍ରଥମ ଓଡ଼ିଶାର ସ୍ଵେଚ୍ଛାସେବୀ ପ୍ରହଲ୍ଲାଦ ପ୍ରଧାନ, ଆଡଭୋକେଟ ତଥା ସମାଜସେବୀ ଝସକେତନ ରଣା, ଶିକ୍ଷକ ସହଦେବ ସାହୁ, ମୀନକେତନ ସୁନା, ଗୋକୁଳ ଚନ୍ଦ୍ର ପ୍ରଧାନ, ହେମନ୍ତ କୁମାର ବେହେରା, ଅନ୍ତର୍ଯ୍ୟାମୀ ମଲ୍ଲିକ, ନରେନ୍ଦ୍ର ନାଗ, ଫକୀର ଭୋଗ, ଅଶୋକ କୁମାର ରଣା, ଅନୀଲ ଗହୀର, ପ୍ରଦୀପ କୁମାର ସାହୁ, ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ଭାଗିରଥୀ ଷଡ଼ଙ୍ଗୀ, ବ୍ୟବସାୟୀ ପ୍ରଶାନ୍ତ ଜୈନ, ଅନୀଲ କୁମାର କେଡିଆ, ମନୋଜ କୁମାର ମେହେର, ଯୁଗାନ୍ତ ସାଗର, ହୋଟେଲ ବ୍ୟବସାୟୀ ସତ୍ୟନାରାୟଣ ପୁଟେଲ, ପୋଲିସ କନେଷ୍ଟବଳ ରାମଲାଲ ମଲ୍ଲିକ, କିରାଣୀ କ୍ଷୀରୋଦ୍ର ସାହୁ, ପୂର୍ବତନ ସମିତି ସଭ୍ୟ ସଞ୍ଜୀବ କୁମାର ରଣା, ବିଶିଷ୍ଟ ଚାଷୀ ଧବଳେଶ୍ଵର ସାହୁ, ଟଙ୍କଧର ରଣା, ପୀତବାସ ରଣା, ହଂସରାଜ ପ୍ରଧାନୀ, ରାମଚନ୍ଦ୍ର ଦାଶ, ଡୋଳାମଣି ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.