oom

ତାଳଚେର ବାର୍ ଆସୋସିଆସନ୍‌ର ତାଳଚେର ଓ ପାଲଲହଡା ବନ୍ଦ ଡାକରା

jsmm

ତାଳଚେର, (ଆର୍ତ୍ତତ୍ରାଣ ପାଣି ) : ଆଜି ତାଳଚେର ବାର୍ ଆସୋସିଆସନ୍ ଓକିଲଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନର କାର୍ଯ୍ୟଶୈଳୀକୁ ବାର ଘଣ୍ଟିଆ ବନ୍ଦର ଆହ୍ୱାନ ଦେଇଛି । ଏହି ଆହ୍ୱାନ ଦ୍ୱାରା କୋର୍ଟ କାର୍ଯ୍ୟକଳାପ ସହିତ ତାଳଚର ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିବା ଦ୍ୱାରା ଜନ ସାଧାରଣ ପ୍ରଭାବିତ ହୋଇଥିବା ପରିଲକ୍ଷିତ ହୋଇଛି କ୍ଷ ଖବର ନେବାରୁ ଜଣା ଯାଇଛି ଯେ କୋର୍ଟ ସି.ଏସ୍.ଏ. ଆଇ. ସଂଜୟ କୁମାର ନାୟକ ବର୍ତ୍ତମାନ ଓ ବିଗତ ବର୍ଷର ବାର୍ ଆସୋସିଆସନ୍ କାର୍ଯ୍ୟକର୍ତ୍ତାଙ୍କ ଉପରେ ତାଳଚେର ଥାନାରେ କେଶ ନମ୍ବର 802dt.26.10.2022 U/S 147/143/342/353/506/147/ of IPC ଧାରା ଲଗେଇ ଏକ FIR ଦର୍ଜ କରିଥିବା ସୂଚନା ପ୍ରାପ୍ତ ହୋଇଛି । ସାଧରଣ ସମ୍ପାଦକ ବାର୍ ଆସୋସିଏସନ୍ ଉକ୍ତିରୁ ଜଣାଯାଏ ଯେ ଏହା ଏକ କପୋଲକଳ୍ପିତ ଏବଂ ଓକିଲଙ୍କୁ ଜାଣିଶୁଣି ହଇରାଣ କରିବା ନିମନ୍ତେ ଉଦିଷ୍ଟ । ଏହା ଉପରେ ବାର୍ ଆସୋସିଆସନ୍ ସ୍ଥାନୀୟ ପ୍ରଶାସନ, ଆରକ୍ଷୀ, ଅନୁଗୋଳଙ୍କୁ ଜଣାଇବା ସତ୍ୱେ ମଧ୍ୟ କୌଣସି ସୁଫଳ ମିଳି ନଥିବାରୁ ଏହି କେଶର ତୁରନ୍ତ ପ୍ରତ୍ୟାହାର ଏବଂ ସି. ଏସ. ଏ. ଇ. ସଞ୍ଜୟ କୁମାର ନାୟକଙ୍କୁ ସ୍ଥାନ ପରିବର୍ତ୍ତନ ଦାବୀ କରିଥିବା ଜଣାଯାଏ ।

jittmm
Leave A Reply

Your email address will not be published.