om academy

ଯୋଗ୍ୟ ଭତ୍ତା ଆଶାୟୀ ହିତାଧିକାରୀ ଯୋଜନାରୁ ବଞ୍ଚିତ : କେବଳ ଶୁଣୁଛନ୍ତି ଆଶ୍ଵାସନା ବାଣୀ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ଅସହାୟ ବୃଦ୍ଧବୃଦ୍ଧା ଓ ବିଧବାଙ୍କୁ ସରକାରଙ୍କ ମାସିକ ଭତ୍ତା ବ୍ୟବସ୍ଥା ରହିଛି । ତେବେ ପ୍ରଶାସନିକ କଚ୍ଛପ ଗତି ଯୋଗୁଁ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ନୂତନ ଧାତୁକ ପଞ୍ଚାୟତ ବରବାହାଲର ୯ ଜଣ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ସୂଚନା ମିଳିଛି । ଆଶାୟୀଙ୍କ ଆବେଦନ ପତ୍ର ବିଡା ବନ୍ଧା ହୋଇ ବ୍ଳକର ଭତ୍ତା ବିଭାଗର ଆଲମାରିରେ ପଡ଼ିରହିଛି । ଅଭିଯୋଗ ଅନୁସାରେ ବରବାହାଲ ଗ୍ରାମର ଯୋଗ୍ୟ ହିତାଧିକାରୀ ବିରଞ୍ଚି କଲାରୀ(୬୭), ଉପାସି ନାଗ(୬୪), ଭୁବନ ନାଗ(୬୬), ବିଲାସ କଲାରୀ(୬୫), ସୁଭଦ୍ରା ବରିହା(୬୪), କୃଷ୍ଣ ପାଣ୍ଡେ(୬୩), କୃଷ୍ଣ ବରିହା(୬୨), ଟିକେମଣି ରାବଣ(୬୩), ବିଚେ ନାଗ(୬୨), ପୁରନ୍ଦର ପାଣ୍ଡେଙ୍କ ସହ ଗ୍ରାମର ଅନେକ ଗରିବ ଆଦିବାସୀ ବିଧବା ମହିଳା ଭତ୍ତାରୁ ବଞ୍ଚିତ ହୋଇଛନ୍ତି । ବହୁବାର ଭତ୍ତା ପାଇବା ପାଇଁ ଆଶାୟୀଗଣ ସରକାରଙ୍କ ନିୟମାନୁସାରେ ଦରଖାସ୍ତ ଫର୍ମ ପୂରଣ ସହ ଅନଲାଇନ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ପ୍ରକାଶ କରିଛନ୍ତି । ଦରଖାସ୍ତ ଗୁଡିକ ଜିଲ୍ଲା ପ୍ରଶାସନ ନିକଟକୁ ପଠାଯିବ ଏବଂ ମଂଜୁର ହୋଇ ଆସିଲେ ଆଶାୟୀ ଗଣ ଭତ୍ତା ପାଇବେ ବୋଲି ଦାୟିତ୍ଵରେ ଥିବା ଅଧିକାରୀ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଆଶାୟୀ ଗଣ ବ୍ଳକ ଅଫିସକୁ ବାରମ୍ବାର ଧାଁ ଦୈାଡ କରି ନିରାଶ ହୋଇ ଜନ ପ୍ରତିନିଧି ମାନଙ୍କ ଦ୍ବାରସ୍ଥ ହୋଇ କେବଳ ଆଶ୍ଵାସନା ବାଣୀ ଶୁଣୁଛନ୍ତି । ତେବେ ଜିଲ୍ଲା ପ୍ରଶାସନ କେବେ ମଂଜୁର କରିବେ ଏବଂ ଏମାନେ ଭତ୍ତା ପାଇବେ, ସେ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲାପାଳ ଦୃଷ୍ଟି ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.