
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ସଭାପତି ରୋଟାରୀଆନ ଆନାବେଲ ଡିସୌଜାଙ୍କ ନେତୃତ୍ଵରେ କୋଏଲନଗର ବି ବ୍ଲକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରଠାରେ ବନମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆର୍ଇସି କ୍ଲଷ୍ଟରର ସିଆର୍ସିସି ସିପ୍ରା ସାହୁ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୀମାଶ୍ରୀ ମିଶ୍ର ଓ ବରିଷ୍ଠ ଶିକ୍ଷୟିତ୍ରୀ ମନୋରମା ବେହେରା, ଗୀତା ମିଶ୍ର ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ରହି ବିଭିନ୍ନ ପଂଳଗଛର ଚାରା ରୋପଣ କରିଥିଲେ । ଉପସ୍ଥିତ ଅତିଥି ଗଣ ବୃକ୍ଷ ରୋପଣର ଉପକାରିତା ଓ ଉପାଦେୟତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ ସର୍ବଶ୍ରୀ ଆଲେକଜାଣ୍ଡାର ଡିସୌଜା, ଏଜି ସୁଚିସ୍ମିତା ବିଶ୍ୱାସ, ଅର୍ଚ୍ଚନା ମହାନ୍ତି, ସଂଜୟ ମହାନ୍ତି, ପୁନମ କାପୁର, କାବେରୀ ବାନାର୍ଜୀ, ରାଜେନ୍ଦ୍ର ପ୍ରସାଦ, ଗୀତିକା କାପୁର, ଲଳିତା ମୁଦୁଲି, କୁମାର ବେହେରା, ଗୌରୀ ନାଗ, ଟୁନି ସାହୁ, ବୈଶାଖୀ ମଲ୍ଲିକ, ସଂଜିତ ଛୋଟରାୟ, ବିକାଶ ବାରିକ, ପି କେ ପତି, ସଂଧ୍ୟାରାଣୀ ବରାଳ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ ଡିଷ୍ଟ୍ରିକ୍ଟ ୩୨୬୧ ତରଫରୁ ଛତିଶଗଡ ରାୟପୁରର ବେବିଲନ କ୍ୟାପିଟାଲ ହୋଟେଲ୍ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୨୦୨୧-୨୨ ପାଇଁ ନିରନ୍ତର ସେବା ଯୋଗୁଁ ରାଉରକେଲା ଷ୍ଟିଲସିଟିକୁ ପ୍ଲାଟିନମ କ୍ଲବ ଆୱର୍ଡ ଦିଆଯାଇଥିଲା । ଶ୍ରେଷ୍ଠ ସଭାପତି ଅର୍ଚ୍ଚନା ମହାନ୍ତି, ସଂପାଦକ ପିଉ ଗୁହା, ସୁଚିସ୍ମିତା ବିଶ୍ବାସ ଓ ଉପଦେଷ୍ଟା ଅଞ୍ଜନା ମୈତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ଗୀତିକା କାପୁର, ଡଃ ସରିତା ମଲ୍ଲ, ମଞ୍ଜୁ ମେହେର, ନିରୁପମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।