oom

ନୂଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆଦିବାସୀ ଉଚ୍ଚ ବିଦ୍ୟାଳୟ ନୂଆପାଲିର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ କ୍ଷେତୀଙ୍କ ତତ୍ତ୍ୱାବଧାନରେ ମୋ ସ୍କୁଲ ଅଭିଯାନରେ ହୋଇଥିବା ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ ଓ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ କେନ୍ଦେରା କୁଜୁରୁ, ପ୍ରକଳ୍ପ ନିର୍ଦ୍ଦେଶକ ବବିତା ରାଣୀ ଦଳବେହେରା, କଣ୍ଟାମାଳ ବିଡିଓ, କଣ୍ଟାମାଳ ରେଞ୍ଜର, କୁଲୁତାଯୋର ସରପଞ୍ଚ ପଦ୍ମାବତୀ ରଣା, ସମିତିସଭ୍ୟା ବିଳାସ କ୍ଷେତୀ, ସମାଜସେବୀ ପ୍ରେମରାଜ ରଣା, ଦେବେନ୍ଦ୍ର କୁଦେଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ପରେ ବିଦ୍ୟାଳୟ ପରିସରରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ, ଅନ୍ୟାନ୍ୟ ମାଧ୍ୟମିକ ଏବଂ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ କଣ୍ଟାମାଳ ବନାଞ୍ଚଳର ବନ କର୍ମଚାରୀ ଯୋଗ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.