oom

ବନ୍ଧପଡାରେ ବନ ମହୋତ୍ସବ ପାଳିତ

jsmm

ପୁଇଁନ୍ତଲା, (ସମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଳକ ବନ୍ଧପଡା ହାଇସ୍କୁଲ ଠାରେ କୃଷ୍ଣଚୁଡା ଇକୋକ୍ଳବ ତରଫରୁ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରାଧାନ ଶିକ୍ଷକ ଯୋଗୀନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜୁନିୟର ରେଡକ୍ରସର ମାର୍ଗଦର୍ଶକ ତଥା ପ୍ରକୃତିବନ୍ଧୁ ଆନନ୍ଦ ବଡପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଇକୋକ୍ଳବର ମୁଖ୍ୟ ସାଧନକର୍ମୀ ପ୍ରକୃତିବନ୍ଧୁ ରାମଜୀ ଉଚ୍ଚ ବିଦ୍ୟାଳୟ, କୁରୁଲର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ମୁଖବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ କାଲେଶ୍ୱର ସୁନା ଯୋଗ ଦେଇଥିଲେ । ଏହି ଅବସରରେ ୬୦ ଗୋଟି ମାଟିକୁଣ୍ଡରେ ଏକ୍ସମାସ ଟ୍ରି, ରଜନୀଗନ୍ଧା, କାମିନି, ଏକଜୁରିଆ, ସ୍ୱର୍ଣଚମ୍ପା, ଭିକ୍ଟୋରିଆ, ନାଇଟକୁଇନ, ଗୋଲାପ, ସୁଗନ୍ଧରାଜ, ରବର, ପାମ ଆଦି ଗଛ ଲଗାଇବା ସହିତ ଅମୃତଭଂଡା, ଲେମ୍ବୁ ମଧ୍ୟ ଲଗା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ରଛାତ୍ରୀ ରଘୁବଂଶ ପଧାନ, ଭାସ୍କର ଗୁରୁ, ରମାକାନ୍ତ ବଗର୍ତ୍ତୀ, ସତ୍ୟପ୍ରିୟ ନାଏକ, ଲୁହାବୀର ଷାଣ୍ଢ, ସୁଶୋଭିତା ଗୁରୁ, ମନିଷା ନାଏକ, ଜ୍ୟୋତିର୍ମୟୀ ପଧାନ, ତୃପ୍ତିମୟୀ ପଧାନ, ମୁନି ଷାଣ୍ଢ, ଶିବାନୀ ପଧାନ, ସଙ୍ଗୀତା ପଧାନ, ଦୀପ୍ତୀମୟୀ ପଧାନ ପ୍ରମୁଖ ଯୋଗ ଦେଇଥିଲେ । ସୁଶ୍ରୀ ସୁଶୋଭିତା ଗୁରୁ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ସଂକିର୍ତ୍ତନ ତ୍ରିପାଠୀ, ଅଜିତ କୁମାର ଗୁରୁ, ଗଜୀନ୍ଦ୍ର ନାଏକ, ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସହଯୋଗ କରିଥିଲେ । ପରିଶେଷରେ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.