oom

ରେଙ୍ଗାଲି ସ୍କୁଲରେ ବନ ମହୋତ୍ସବ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡ଼ା ପଞ୍ଚାୟତ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ ଠାରେ ଇକୋକ୍ଲବ ଓ ରେଙ୍ଗାଲି ଯୁବ ସଙ୍ଘର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପ୍ରଧାନ ଶିକ୍ଷକ କୁଳମଣି ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟିର ସଦସ୍ୟ ସାମୁଏଲ ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ରେଙ୍ଗାଲି ଯୁବସଙ୍ଘ ସଭାପତି ଜଗଦୀଶ ମହାନନ୍ଦ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବୃକ୍ଷର ଉପକାରିତା ସମ୍ପର୍କରେ କହିବା ସହ ବିଦ୍ୟାଳୟ ପରିସରରେ ପିଜୁଳି, ଆମ୍ବ, ଡାଲିମ୍ବ, ନିମ୍ବ ଓ ନାନାଦି କିସମର ବୃକ୍ଷ ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦିଲୀପ ରଣା, ତିରେନ୍ଦ୍ର ପଧାନ, ରାଧାଗୋବିନ୍ଦ ନାଏକ, କୌତୁକ ପଟେଲ, ପ୍ରଫୁଲ୍ଲ ସାହୁ, ସତ୍ୟବାସ ପଟେଲ, ଶରତ ପାଣିଗ୍ରାହୀ, ଜଗତ ପଟେଲ, ବିରଞ୍ଚି ପଟେଲ ଓ ସ୍ଥାନୀୟ ଯୁବକ ଜଗବନ୍ଧୁ ନନ୍ଦ ଓ ସୁନୀଲ ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.