centurian jitm

ଆଜି ଠାରୁ ଆରମ୍ଭ ହେବ ବନଦୁର୍ଗା ମହୋତ୍ସବ

nschool
  • ସଂସ୍କୃତି ଓ ବିସ୍ଥାପିତଙ୍କ ସୁରକ୍ଷାର ହେବ ମାଧ୍ୟମ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁଡି ଅଂଚଳ ବିସ୍ଥାପିତଙ୍କ ମଧ୍ୟରେ ଏକତା, ଅଂଚଳର ସଂସ୍କୃତିର ସୁରକ୍ଷା ଏବଂ ଭୋଗୁଥିବା ସମସ୍ୟା ଗୁଡିକର ସମାଧାନ ପାଇଁ ଲୋକେ ଏକତ୍ରିତ ହୋଇ ଏକ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି । ଏ ଅଂଚଳର ଅଧିଷ୍ଟାତ୍ରି ଦେବୀ ମାଁ ବନଦୁର୍ଗାଙ୍କ ପ୍ରତି ଥିବା ଅଗାଢ ବିଶ୍ୱାସ ଓ ଆସ୍ଥା ପୁଣି ଥରେ ଲୋକଙ୍କୁ ଏକମନ କରିଛି । ଯଦି ଓ ଲୋୟର ସୁକତେଲ ପ୍ରକଳ୍ପ ଉଦ୍‌ଘାଟନ ହୋଇଯାଇଛି, ଲୋକେ କିନ୍ତୁ ଏହା କୌଣସି ପ୍ରକାର ସୁଫଳ ପାଇନାହାନ୍ତି ଓଲଟା ଆଜି ବି ଅନେକ ବିସ୍ଥାପିତ ବିଭିନ୍ନ ପ୍ରକାର କ୍ଷତିପୁରଣ ପାଇବାରୁ ବଂଚିତ ଅଛନ୍ତି । ତେଣୁ ମାଁ ବନଦୁର୍ଗାଙ୍କ ନାଁରେ ପୁଣି ଥରେ ଲୋକେ ଏକତ୍ରିତ ହୋଇ ବନଦୁର୍ଗା ମହୋତ୍ସବର ପରିକଳ୍ପନା କରାଯାଇଛି । ଆଶା କରାଯାଉଛି ଏହି ମହୋତ୍ସବ ମାଧ୍ୟମରେ ଏ ଅଂଚଳର ସଂସ୍କୃତି, କଳା, ସାହିତ୍ୟ ଓ ବିସ୍ଥାପିତଙ୍କ ସ୍ୱାର୍ଥ ରକ୍ଷାର ଏହି ମହୋତ୍ସବ ହେବ ମାଧ୍ୟମ ବୋଲି ବନଦୁର୍ଗା ମହୋତ୍ସବ ଆୟୋଜନ କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ୭ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖରେ ଉଦ୍‌ଯାପନ ହେବାକୁ ଥିବା ବନଦୁର୍ଗା ମହୋତ୍ସବର ଅଧ୍ୟକ୍ଷ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଏହି ଉତ୍ସବ ଲୋକଙ୍କୁ ମନୋରଂଜନ ପ୍ରଦାନ କରିବା ସହ ଅଂଚଳବାସୀଙ୍କ ମଧ୍ୟରେ ଏକତା ଭାବ ଆଣିବ । ଏ ଅଂଚଳର ଲୋକେ ବିସ୍ଥାପିତ ହୋଇ ବିଭିନ୍ନ ଥଇଥାନ କଲୋନିରେ ରହୁଛନ୍ତି । ଗତ ସରକାର ନିର୍ବାଚନକୁ ଦେଖି ତରବରରେ ଲୋକଙ୍କ ସମସ୍ୟାର ସମାଧାନ ସମ୍ପୁର୍ଣ୍ଣ ଭାବରେ ନକରି ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ । ବର୍ତ୍ତମାନର ବାକି ରହିଯାଇଥିବା କ୍ଷତିପୁରଣ ହେଉ କି ଅନ୍ୟାନ୍ୟ ସମସ୍ୟା ହେଉ ଶୁଣିବାକୁ କେହି କାହାନ୍ତି । ଯେହେତୁ ଲୋକେ ବିକ୍ଷିିପ୍ତ ହୋଇ ବିଭିନ୍ନ ଜାଗାରେ ବସବାସ କରୁଛନ୍ତି ତାଙ୍କ ଭିତରେ ଏକତା କମିଯାଇଛି । ଏହି ମହୋତ୍ସବ ମାଧ୍ୟମରେ ପୁଣି ସେମାନେ ଏକତ୍ରିତ ହେବେ । ଏ ଅଂଚଳର ସଂସ୍କୃତି, କଳା, ସାହିତ୍ୟ ଯାହାର ଲୋପ ପାଇଯିବାର ଭୟ ଅଛି ତାର ସୁରକ୍ଷା ପାଇଁ ସେମାନେ ପୁଣି ଆଗ ଭଳି କାମ କରିବେ । ଏ ଅଂଚଳର ଅଧିଷ୍ଟାତ୍ରି ଦେବୀ ମାଁ ବନଦୁର୍ଗା ପୁଣି ଏକତା ଭାବ ଆଣିବେ । ପୁଣି ଲୋକଙ୍କ ଭିତରେ ବନଦୁର୍ଗା ମହୋତ୍ସବ ସହାସ ଓ ମନୋବଳ ଭରିଦେବ । ତାଙ୍କର ଅଧିକାର ପାଇଁ ସେମାନେ ବର୍ତ୍ତମାନ ର ସରକାର ଓ ପ୍ରଶାସନ ଆଗରେ ଏହି ମହୋତ୍ସବ ମାଧ୍ୟମରେ ସ୍ୱର ଉତ୍ତୋଳନ କରି ସଫଳ ହେବେ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ଯେ ଆମ ଅଂଚଳର ମନ୍ତ୍ରୀମାନଙ୍କ ସମେତ ସାମ୍ବାଦିକ, ପରିବେଶବିଦ୍‌ ଏହି ମହୋତ୍ସବରେ ଅତିଥି ଭାବରେ ଆସିବା ପାଇଁ କମିଟି ତରଫରୁ ନିମନ୍ତ୍ରଣ କରାଯାଇଛି । ୫ ଦିନ ପର୍ୟ୍ୟନ୍ତ ବିଭିନ୍ନ ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବେ । ମହୋତ୍ସବ ସ୍ଥଳରେ ସୁରକ୍ଷା, ପିଇବା ପାଣି, ବିଜୁଳି, ସ୍ୱାସ୍ଥ୍ୟ ସମସ୍ୟା ଯେପରି ଦେଖା ନ ଯିବ ସେ ଦିଗରେ ବିଭିନ୍ନ ବିଭାଗକୁ କମିଟି ତରଫରୁ ଅନୁରୋଧ କରାଯାଉଛି । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବୁଡି ଅଂଚଳ ତଥା ବଲାଙ୍ଗିର ର ସାଧାରଣ ଜନତାଙ୍କୁ ବନଦୁର୍ଗା ମହୋତ୍ସବରେ ଯୋଗଦାନ କରିବା ପାଇଁ ଆୟୋଜନ କମିଟି ତରଫରୁ ଅଧ୍ୟକ୍ଷ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ବ୍ୟତୀତ ଆୟୋଜନ କମିଟିର ସଭାପତି ସଂଜୟ ଗଡତ୍ୟା, ସହ ସଂପାଦକ ବିକାଶ ରଂଜନ ରଥ ମଂଚାସୀନ ଥିବା ବେଳେ ସଂପାଦକ ଜୟକୃଷ୍ଣ ମିଶ୍ର, ଅଜୟ ଗଡତ୍ୟା, କୈଳାସ ଚନ୍ଦ୍ର ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.