tur
shyamlal

ଦିନ ଦ୍ୱିପ୍ରହରରେ ବେଧଡକ୍‌ ଭାବେ ଟ୍ରାକ୍ଟରରେ ଚାଲିଥିଲା କାଠ ଲୁଟ୍ : ମାଡି ବସିଲା ବନବିଭାଗ

ବୈପାରୀଗୁଡ଼ା, (ବିକ୍ରାନ୍ତ କୁମାରେ ବେବର୍ତ୍ତା) : କୋରାପୁଟ ଜିଲ୍ଲାର ଗାଁ ଗହଳି ସହ ଦୁର୍ଗମ ଅଂଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ରହିଥିବା ବେଳେ ଦିନକୁ ଦିନ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି । ଦିନ ଦ୍ୱିପ୍ରହରରେ ବେଧଡକ ଭାବେ କାଠ ବେପାରୀମାନେ କାଠ ଚୋରାଚାଲାଣ କରୁଥିବା ଦେଖିବାକୁ ମିଳିଛି । ସରକାର ନୂତନ ଜଙ୍ଗଲ ସୃଷ୍ଟି କରିବାରେ ଲାଗି ପଡିଥିବା ବେଳେ ସେହି ଅନୁପାତରେ କର୍ମଚାରୀମାନେ ମଧ୍ୟ ଦିବାରାତ୍ରି ପେଟ୍ରୋଂଲି କରୁଛନ୍ତି । ସୂଚନାଯୋଗ୍ୟ ଯେ, ରେଞ୍ଜ ଅଧିନସ୍ଥ ହଳଦୀକୁଣ୍ଡ ଅଂଚଳରେ ବନବିଭାଗ କର୍ମଚାରୀ ଓ ପାରା କର୍ମଚାରୀମାନେ ପେଟ୍ରୋଂଲି କରୁଥିବା ସମୟରେ ହଳଦୀକୁଣ୍ଡ ଓ ସୋରିଷପଦର ରାସ୍ତାରେ ରାତିରେ ଏକ ମକା ବୋଝୋଇ ଟ୍ରାକ୍ଟରକୁ ସନ୍ଦେହ କରି ଯାଞ୍ଚ କରିଥିଲେ । ସେହି ସମୟରେ କର୍ମଚାରୀମାନେ ଦେଖିବାକୁ ପାଇଥିଲେ ଯେ, ମକା ଉପରେ ରହିଥିବା ବେଳେ ତଳ ଭାଗରେ ୧୯ ଖଣ୍ଡ ଶାଳକାଠ ପଟ୍ଟା ଲୁଚାଇ ଚୋରାଚାଲାଣ କରାଯାଉଥିଲା । ତେବେ ବନମିଭିଗ ଘଟଣାର ଅଧିକ ତଦନ୍ତ କରି ଟ୍ରାକ୍ଟର ସହ ଦୁଇ ଜଣଙ୍କୁ ଅଟକ ରଖିଛି । ଏହି ଚଢାଉରେ ବନପାଳ ସୁଶାନ୍ତ ବଡଜୋନା, ବ୍ରଜରାଜ ରନ୍ଧାରୀ, ବନରକ୍ଷୀ ଶ୍ରୀପା ଦାସ, ଦଶରଥ ଭୋଇ, ପାରା ଷ୍ଟାପ୍ କର୍ମଚାରୀ ଉପସ୍ଥିତ ରହିଥିବା ଜଣାପଡିଛି । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଗୁପ୍ତେଶ୍ୱର ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ନେପାକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.