ପଥର ଖଣି ଉପରେ ବନ ବିଭାଗର ଚାଢାଉ

ନୟାଗଡ : ଓଡଗାଁ ତହସିଲ ଅନ୍ତର୍ଗତ ରୋହିବାଙ୍କ କୋମଣ୍ଡ ଅଂଚଳରେ ଥିବା ଏକ ପଥର ଖଣି ଉପରେ ବନ ବିଭାଗ ଚଢାଉ କରି ୩ଟି ଟ୍ରକ, ଗୋଟିଏ ଟ୍ରାକ୍ଟର, ଗୋଟିଏ ଜେସିବି ଓ ୬ଟି ପଥରକଟା ମେସିନ ଜବତ କରିଛି । ଏହି ଅଂଚଳରେ ଦୀର୍ଘଦିନ ଧରି ବେଆଇନ ପଥର ଖଣି ଚାଲିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଉନଥିଲେ । ଫଳରେ ଏହାକୁ ନେଇ ଓଡଗାଁ ଅଂଚଳରେ ଅସନ୍ତୋଷ ଦେଖାଦେଉଥିଲା । ତେବେ ନୟାଗଡ ଡିଏଫଓ ଧନରାଜ୍‌ ଏଚ ଡି ତାଙ୍କ ମୋବାଇଲ ଟିମ୍‌ ସହିତ କୌଶଳକ୍ରମେ କାଠ ଧରିବା ବାହାନାରେ ସିଧାସଳଖ ପଥରଖଣି ଉପରେ ଚଢାଉ କରିଥିଲେ । ଏହି ଚଢାଉବେଳେ ରୋହିବାଙ୍କ ଗ୍ରାମର ସୁଶାନ୍ତ ପ୍ରଧାନ ଓ ମାଧବ ଚନ୍ଦ୍ର ସାହୁଙ୍କ ଖଣିରୁ ୬ଟି ପଥରକଟା ମେସିନ୍‌, ଓଡି୨୫ଏଚ୍୪୪୮୮ ନମ୍ବର ଜେସିବି, ଟ୍ରାକ୍ଟର ଓ ୩ଟି ଟ୍ରକକୁ ଜବତ କରିଥିଲେ । ପରେ ଏହି ଚଢାଉରେ ସ୍ଥାନୀୟ ତହସିଲଦାର ଓ ଆରଆଇ ସାମିଲ ହୋଇଥିଲେ । ଖଣିରେ କାମ କରୁଥିବା ୨ଜଣ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବାବେଳେ ଅନ୍ୟ ଶ୍ରମିକମାନେ ଫେରାର ହୋଇଯାଇଥିବା ଜଣାପଡିଛି । ଜବତ ହୋଇଥିବା ଗାଡି ଓ ମେସିନକୁ ଓଡଗାଁ ବନାଚଂଳ କାର୍ୟ୍ୟାଳୟରେ ରଖାଯାଇଛି ।

Leave A Reply

Your email address will not be published.