oom

ବାଘ ଛାଲ ଡିଲ୍ ବେଳେ ମାଡି ବସିଲା ବନ ବିଭାଗ

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବନ ବିଭାଗକୁ ମିଳିଛି ବଡ ସଫଳତା । ବାଘ ଛାଲ ଡିଲ୍ ବେଳେ ମାଡି ବସିଲା ବନ ବିଭାଗ । ୨ଟି ବାଘ ଛାଲ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରାଯାଇଛି । ଖଡ଼ିଆଳ ଶ୍ୟାମକୁମ ଲଜ ଓ ବରପଦର ଛକ ନିକଟରୁ ଦୁଇଟି ବାଘ ଛାଲ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କୁ ବର୍ତ୍ତମାନ କୋର୍ଟ ଚାଲାଣ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଗିରଫ ଅଭିଯୁକ୍ତମାନେ ଖଡ଼ିଆଳ ଶ୍ୟାମକୁମ ଲଜ ଓ ଖଡିଆଳ ବରପଦର ଛକରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ କରୁଥିଲେ । ଏନେଇ ଏକ ବିଶେଷ ସୂତ୍ରରୁ ସୂଚନା ପାଇଥିଲା ଖଡ଼ିଆଳ ବନ ବିଭାଗ । ଏହାପରେ ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ କରି ଉକ୍ତ ଦୁଇ ସ୍ଥାନରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ୨ଟି ବାଘ ଛାଲ ସହ ୬ଟି ମୋବାଇଲ ଫୋନ ଓ ୭ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ । ରାୟଗଡାରେ ମଧ୍ୟ ବାଘ ଛାଲ ଜବତ କଲା ଏସ୍‌ଟିଏଫ୍, ଦୁଇ ଗିରଫ୍‌ ଅଭିଯୁକ୍ତମାନେ ହେଲେ ଖଡ଼ିଆଳ ବ୍ଲକ ଖାଇରପଦର ଗାଁର ଲିଙ୍ଗରାଜ ମାଝୀ, ଚୁମ୍ବକ ଲାଲ ପଟେଲ, ବରକୁହୁଟି ଗାଁର ଯୁମ୍ବେଶ୍ୱର ପଟେଲ, ସୁଶୀଲ ପଟେଲ, ବିରିଘାଟ ମହୁଲଝରଣ ଗାଁର ନିରନ ମାଝୀ, ବୋଡାପାଲି ଗାଁର ଜଗଦୀଶ ମାଝୀ, ବଲାଙ୍ଗିର ଜୁଲ୍ଲା ବୋରୋବାହାଲ ଗାଁର ଚିତରାମ ପଟେଲ ବୋଲି ଜଣାପଡିଛି । ଆଜି ଅଭିଯୁକ୍ତମାନଙ୍କୁ ବେଆଇନ ବନ୍ୟଜନ୍ତୁ ଶିକାର ଏବଂ ବେଆଇନ ବାଘ ଛାଲ ବ୍ୟବସାୟ ନିୟମରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନୂଆପଡା ଜିଲ୍ଲାରେ ଦିନକୁ ଦିନ ବେଆଇନ ବାଘ ଛାଲ, ନଖ ବ୍ୟବସାୟୀ ସକ୍ରିୟ ହେଉଥିବା ବେଳେ ବନ ବିଭାଗ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

jittmm
Leave A Reply

Your email address will not be published.