jayashree

ବାଲିରେ ଗାନ୍ଧିଜୀଙ୍କ ଏକ ଥ୍ରୀ -ଡି ପ୍ରତିମୂର୍ତ୍ତି ନିର୍ମାଣ କଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ

ବଲାଙ୍ଗିର, (କେପିଏନଏସ୍‌) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଏକ ଟ୍ରିପ ବାଲିରେ ଗାନ୍ଧିଜୀଙ୍କ ଏକ ଥ୍ରୀ -ଡି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଉକ୍ତ ପ୍ରତିମୂର୍ତ୍ତିକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି । ଏହି ଅବସରରେ ତାଙ୍କର ଚାରିବର୍ଷର ପୁଅ ଧର୍ମପଦ ସାହୁ ରାଜୀବନଗର ସ୍ଥିତ ଅଙ୍ଗନବାଡିର ଛାତ୍ର ଇଂରାଜୀରେ ଭାଷଣ ଦେଇ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରକାଶ ଥାଉକି ଧର୍ମପଦ ଦେଢ଼ ବର୍ଷ ବୟସରେ ଭାରତର ୨୮ଟି ରାଜ୍ୟର ରାଜଧାନୀର ନାମ କହି EXCLUSSIVE WORLD RECORDରେ ନିଜ ନାମକୁ ସାମିଲ କରିଥିଲେ ଓ ବାପାଙ୍କ ପ୍ରତ୍ୟେକଟି ବାଲୁକା କଳା ପ୍ରଦର୍ଶନୀ ଉପରେ ଉଭୟ ଇଂରାଜୀ ଓ ଓଡ଼ିଆରେ ବକ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥାନ୍ତି ଧର୍ମପଦ ।

Leave A Reply

Your email address will not be published.