csstore

ଜଗଦଲପୁର ବାଲିଘାଟ ପାଇଁ ଏକ ଗ୍ରାମ୍ୟ କମିଟି ଭେଟିଲା ତହସିଲଦାରଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ବାଲିଘାଟ ବାବଦରେ ଜଗଦଲପୁର ଗ୍ରାମ୍ୟ କମିଟିର ଏକ ପ୍ରତିନିଧି ମଣ୍ଡଳ କୃଷ୍ଣଚନ୍ଦ୍ର ପଟେଲ, ହେମସାଗର ପଟେଲ, ମଦନମୋହନ ପଟେଲ, ଦିନେଶ ପଟେଲ, ଛନ୍ଦାଚରଣ ପଟେଲ, ହରେକୃଷ୍ଣ ପଟେଲ ଓ ସମ୍ପଦ ପଟେଲ ଆଜି ଝାରବନ୍ଧ ତହସିଲଦାର ସୀମା ସବିତା କୁଲ୍ଲୁ ମହୋଦୟାଙ୍କୁ ଭେଟି ଥିଲେ । ବାଲିଘାଟ ଠିକା ଅବଧି ସମୟ ସୀମା ସମାପ୍ତ ହୋଇ ଯାଇଥିଲେ ମଧ୍ୟ କାହିଁକି ରାତିରେ ବାଲି ଉତ୍ତୋଳନ କାର୍ଯ୍ୟ ଚାଲିଛି ବୋଲି ପଚାରିବାରୁ ତହସିଲଦାର ମହୋଦୟା କହିଥିଲେ ଯେ, ବାଲିଘାଟ ଲିଜ୍‌ ସମୟ ସୀମା ଅବଧି ସରି ଯାଇଛି, କିନ୍ତୁ ବାଲି ଉତ୍ତୋଳନ ହେଉଥିବା କଥା, ଆମେ ଜାଣିନାହୁଁ, ଆମକୁ ଫୋନ ଯୋଗେ ସୂଚନା ଦିଅନ୍ତୁ । ଏଠାରେ ସୂଚନାଯୋଗ୍ୟ ଯେ, କାହା ଛତ୍ରଛାୟାରେ ବର୍ତ୍ତମାନ ସୁଦ୍ଧା ପୋକ୍‌ଲିନ୍‌ ମେସିନ(ବାଲି ଲୋଡ୍‌ କରୁଥିବା ମେସିନ) ବାଲିଘାଟରେ ରଖାଯାଇ ରାତିରେ ବାଲି ଉତ୍ତୋଳନ କାର୍ଯ୍ୟ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.